ସ୍କୁଟି ସହ ବୋଲେରୋ ପିକଅପ୍ ଧକ୍କା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଓ କେଶରାପଲ୍ଲୀ ଛକ ମଧ୍ୟରେ ସ୍କୁଟି ସହ ବୋଲେରୋ ପିକଅପ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ସ୍କୁଟି ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ସ୍କୁଟିରେ ବସିଥିବା ଆଉ ଜଣେ ଯୁବକ ଗୁରୁତର ଆହତ ହୋଇ ପ୍ରଥମେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ଏବଂ ସେଠାରୁ ଭୁବନେଶ୍ୱର କୁ ସ୍ଥାନାନ୍ତର ହୋଇଛନ୍ତି I ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯୁବକ ଜଣଙ୍କ ହେଲେ କେଶରାପଲ୍ଲୀ ଗ୍ରାମର ସ୍ୱାଧୀନ ବିଷୋୟୀ (୨୩) ଏବଂ ଗୁରୁତର ଆହତ ହୋଇଥିବା ଯୁବକ ଜଣଙ୍କ ହେଲେ ସାଗର ବିଷୋୟୀ (୨୩) I ଘଟଣା ସ୍ଥଳରେ ଗାଙ୍ଗପୁର ପୋଲିସ ପହଞ୍ଚି ସ୍ଵାଧୀନର ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଦେଇଥିବା ଜଣାପଡିଛି I ଏନେଇ ଗାଙ୍ଗପୁର ଥାନାରେ ୧୭/୨୩ ରେ ଏକ ମାମଲା ରୁଜୁ ହେବା ସହ ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ ଘଟଣାର ତଦନ୍ତ କରୁଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ