ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିର ଏବଂ ନମୋ ଆପ୍ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା) :ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ୫୪ ତମ ଜନ୍ମଦିନ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର ଓ ନମୋ ଆପ ପ୍ରଶିକ୍ଷଣ ଶିବିର ରେମୁଣା ବିଜେପି କାର୍ଯ୍ୟାଳୟ ବାଲିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଶ୍ରୀ ଦାସ ଜନ୍ମଦିନ ଟିକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତି ନେଇଥିଲେ।ଏହାକୁ ସେ ରକ୍ତ ଦାନ ଭଳି ସେବା କାର୍ଯ୍ୟ,ଗରିବ ଶ୍ରେଣୀର ଲୋକଙ୍କ ଶୀତ ବସ୍ତ୍ର ପ୍ରଦାନ, ରୋଗୀ ମାନଙ୍କୁ ଫଳ ପାଉଁରୁଟି ବଣ୍ଟନ ଓ ଦଳର ଶୃଙ୍ଖଳିତ ନେତା ହିସାବରେ ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିଥିଲେ।ଆଜି ମାନ୍ୟବର ବାଲେଶ୍ବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ବାଲେଶ୍ବର ବିଜେପି ସଭାପତି ଉମାକାନ୍ତ ମହାପାତ୍ର,ରେମୁଣା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଆଶିଷ ଘୋଷ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର,ଜିଲ୍ଲା ଉପସଭାପତି କମଳା ବିନ୍ଧାଣି,ମିନାକ୍ଷୀ ମହାପାତ୍ର,ସଂଯୁକ୍ତା ଦାସ,ମମତା ମହାପାତ୍ର, ପିଙ୍କି ପ୍ରଧାନ,କାର୍ତ୍ତିକ ଚନ୍ଦ୍ର ଗିରି ଇତ୍ୟାଦି ଫିତା କାଟି ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।ରକ୍ତଦାନ ଶିବିରରେ ମୋଟ ୫୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତଦାନ ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ନମୋ ଆପ ପ୍ରଶିକ୍ଷଣ କର୍ମଶାଳା ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାକୁ ବାଘାଯତୀନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା ପରିଚାଳନା କରିଥିଲେ।ଉକ୍ତ ସଭାରେ ଗୋବିନ୍ଦ ଚନ୍ଦ୍ର ଦାସ,ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଓ ବାଲେଶ୍ବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ। ନମୋ ଆପ ମୋବାଇଲରେ ଡାଉନଲୋଡ କରି କିଭଳି ସାଧାରଣ କାର୍ଯ୍ୟକର୍ତ୍ତା ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ି ହୋଇ ପାରିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୩୩ ଗୋଟି ପଞ୍ଚାୟତ ଓ ରେମୁଣା ବିଜ୍ଞାପିତ ଅଞ୍ଚଳର ୧୩ ଗୋଟି ୱାର୍ଡର ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗଦେଇ ଶ୍ରୀ ଦାସ ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ ମଣ୍ଡଳ ସଭାପତି ମଳୟ ବିଶ୍ବାଳ, ଭୋଳାନାଥ ପାତ୍ର,ବିଭୂତି ରଞ୍ଜନ ସେନାପତି, କାହ୍ନୁ ଚରଣ ବେହେରା,ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ନାରାୟଣ ମହାନ୍ତ,ଜିଲ୍ଲା ଓବିସି ମୋର୍ଚ୍ଚା ଉପସଭାପତି ନିତୁନ କୁମାର ସାହା,ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ବିପିନ ମାରାଣ୍ଡି,ବରିଷ୍ଠ କାର୍ଯ୍ୟକର୍ତ୍ତା ସୁକୁମାର ଦାସ, ସୁବୋଧ ଚନ୍ଦ୍ର ପଣ୍ଡା ଇତ୍ୟାଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


