ଓଡିଶୀ ନୃତ୍ୟର ତାଳେ ତାଳେ ନାଚିଲେ ୭୦ ରୁ ଉର୍ଦ୍ଧ କୁନିକୁନି ନୃତ୍ୟଶିଳ୍ପୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ଭୁବନେଶ୍ୱରର ଓଡିଶୀ ନୃତ୍ୟ ଅନୁଷ୍ଠାନ “ନୃତ୍ୟାୟନା” ଟ୍ରଷ୍ଟ ର ଷଷ୍ଠତମ ବାର୍ଷିକ ଉତ୍ସବ । ଓଡିଶୀ ନୃତ୍ୟର ବ୍ୟାପକ ପ୍ରଚାର ପ୍ରସାର ଓ ପିଲାମାନଙ୍କୁ ଓଡିଶୀ ନୃତ୍ୟ ଶିକ୍ଷା ଦେବାରେ ଅନୁଷ୍ଠାନ ବିଗତ ଛ ବର୍ଷ ଧରି କାର୍ଯ୍ୟ କରି ଆସୁଅଛି । ଏହି ଉତ୍ସବକୁ ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟଗୁରୁ ଇଲିଆନା ସୀତାରିଷ୍ଟ ଉଦଘାଟନ କରିଥିଲେ । ନୃତ୍ୟଗୁରୁ ସୁନିତା ମହାରଣାଙ୍କ ଶିକ୍ଷାଦାନ ରେ ୭୦ ରୁ ଉର୍ଦ୍ଧ କୁନିକୁନି ପିଲାମାନେ ଓଡିଶୀ, ମାହାରୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଓଡିଶୀ ନୃତ୍ୟ ପାଇଁ ଓଡିଶୀ ନୃତ୍ୟଗୁରୁ ଗୋକୁଳଶ୍ରୀ ଦାସ, ଶିଖା ପଟ୍ଟନାୟକ ଓ ସାମ୍ବାଦିକତା ପାଇଁ ସୁମିତ୍ରା ସାହୁ, କବିତା ସ୍ୱାଇଁ ଓ ସରୋଜ ରଞ୍ଜନ ବେହେରାଙ୍କୁ ନୃତ୍ୟାୟନା ସମ୍ମାନ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ମୁଖ୍ୟବକ୍ତା ଭାବେ ଓଡିଶୀ ନୃତ୍ୟଗୁରୁ ଚପଳା ମିଶ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜଟଣୀ ବିଧାୟକ ସୁର ରାଉତରାୟ, ପୂର୍ବତନ ସାଂସଦ ଡ଼. ପ୍ରସନ୍ନ ପାଟ୍ଟଶାଣୀ, ସମାଜସେବୀ ତଥା କବୟତ୍ରୀ ଡ଼. ବନ୍ଦନା ହରିଚନ୍ଦନ, ନୃତ୍ୟଗୁରୁ ଗୌରୀଶଙ୍କର ଦାଶ, ସାରଦା ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଟ୍ରଷ୍ଟର ଅଧ୍ୟକ୍ଷା ନୃତ୍ୟଗୁରୁ ସୁନିତା ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସନ୍ଦୀପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଜ୍ଞାନାନନ୍ଦ ସାଗର କୁମାର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ