ମହିଳାମାନଙ୍କ ପାଇଁ ଆଇନଗତ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ପଞ୍ଚାୟତ ପ୍ରଶିକ୍ଷଣ କେନ୍ଦ୍ର ଠାରେ ସ୍ଵାତୀ ଅନୁଷ୍ଠାନ ପକ୍ଷରୁ ସହାୟତା ରେ ମହିଳା ମାନଙ୍କ ପାଇଁ ଆଇନ ଗତ ସଚେତନତା ଉପରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଲୋକ କୁମାର ପ୍ରଧାନ , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଜିଲ୍ଲା ପ୍ରୋଗ୍ରାମ ଅଫିସର ଶ୍ରୀମତୀ କେ ସୁନିତା ଅଂଶଗ୍ରହଣ କରି କିପରି ଏହି କାର୍ଯ୍ୟକ୍ରମ ଟି ସଫଳ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚ,ଅଙ୍ଗନୱାଡି କର୍ମୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ. ତାଲିମଦାତା ଭାବରେ ସାଧନା ଫାଉଣ୍ଡେସନର ସମ୍ପାଦିକା ଶ୍ରୀମତୀ ସୁଜାତା ମହାପାତ୍ର ଏବଂ ଶ୍ରୀ ସତ୍ୟଜିତ ପ୍ରତିହାରୀ, ମହିଳା ମାନଙ୍କ ପାଇଁ ବିଭିନ୍ନ ଆଇନ ଯେପରିକି ସାମ୍ବିଧାନିକ ଅଧିକାର, କନ୍ୟା ଭୃଣ ହତ୍ୟା, ପିଓସିଏସଓ ଅଇନ, ବାଲ୍ୟ ବିଭାହ, ଯୌତୁକ ନିରୋଧ ଆଇନ, ଘରୋଇ ହିଂସା ପ୍ରତିରୋଧ ଆଇନ୍, କର୍ମ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା ପ୍ରତିରୋଧ ଆଇନ ଓ ବିଭିନ୍ନ ଯୋଜନା, ଆନୁଷ୍ଠାନିକ ବ୍ୟବସ୍ଥା ଆଦି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମର ଉଦଯାପନୀ ସଭାରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନଙ୍କ ସମେତ ଶ୍ରୀଯୁକ୍ତ ପୃଥ୍ୱୀରାଜ ମଣ୍ଡଳ,ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ,ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର କର ଓ ଜିଲ୍ଲା ବିପର୍ଯ୍ୟ ପ୍ରୋଗ୍ରାମ ଅଫିସର (ଓସଡ଼ମା) ଶ୍ରୀଯୁକ୍ତ ପ୍ରଦୋଷ କୁମାର ଶତପଥୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କିପରି ସଫଳ ହୋଇପରିବ ତାହା ଉପରେ ଆଲୋକ ପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ସୁଜାତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l


