ଦକ୍ଷିଣୀ ଷ୍ଟାରଙ୍କର ସୁନ୍ଦରୀ ପତ୍ନୀ

ସର୍ବଦା ଲୋକେ ଏକ ଜୀବନ ସାଥି ରୂପେ ଏକ ସୁନ୍ଦରୀ ପତ୍ନୀ ପାଇବାକୁ ଇଚ୍ଛା କରିଥାନ୍ତି I ଫିଲ୍ମ ଦୀଲୱାଲେ ଦୁଲହନୀୟ ମିଲ ଯଏଁଗେ ରେ ଆପଣ ଦେଖିଥିବେ ଏହିପରି କିଛି ଉଦାହରଣ I ଆଜି ଆମେ ସାଉଥ ଫିଲ୍ମ ରେ କାମ କରୁଥିବା ଦକ୍ଷିଣୀ ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କର ପତ୍ନୀ ଦେଖିବାକୁ ଖୁବ୍‌ ସୁନ୍ଦରୀ ଅଟନ୍ତି I
ଆଲୁ ଅର୍ଜୁନ
ସାଉଥ ଫିଲ୍ମ ର ସୁପର ଷ୍ଟାର ଆଲୁ ଅର୍ଜୁନଙ୍କର ଲୋକପ୍ରିୟତା ବେଶ ଅଧିକ। ଭାରତ ଓ ଭାରତ ବାହାରେ ମଧ୍ୟ ତାଙ୍କର ଲୋକପ୍ରିୟତା ରହିଛି I ତାଙ୍କ ଉପରେ ଅନେକ ଝିଅ ଫିଦା ହେଇଛନ୍ତି I କିନ୍ତୁ ଆଲୁ ଅର୍ଜୁନ କେବଳ ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀଙ୍କୁ ହିଁ ପ୍ରେମ କରନ୍ତି I ଉଭୟଙ୍କର ବିବାହ ୬ ମାର୍ଚ୍ଚ ୨୦୧୧ରେ ହେଇଥିଲା I ଆଲୁ ଅର୍ଜୁନ ନିଜର ଫିଲ୍ମ କ୍ୟାରିୟରର ଆରମ୍ଭ ଗଙ୍ଗୋତ୍ରୀରୁ ଆରମ୍ଭ କରିଥିଲେ I
ୟଶ
ଫିଲ୍ମ କେଜିଏଫ୍‌ ପୁରା ଭାରତରେ ଅନେକ ଭାଷାରେ ରିଲିଜ ହେଇଥିଲା I ଏଥିରେ ଆପଣ ଅଭିନୟ କରିଥିବା ୟଶଙ୍କ ବିଷୟ ରେ ଜାଣିଥିବେ I ୟଶଙ୍କର ପତ୍ନୀ ଅଭିନେତ୍ରୀ ରାଧିକା ପଣ୍ଡିତଙ୍କୁ ବିବାହ କରିଥିଲେ ଉଭୟ ୯ ଡିସେମ୍ବର ୨୦୧୦ ରେ ବିବାହ କରିଥିଲେ I
ନାଗା ଚେତନ୍ୟ
ସାଉଥର ସୁପର ଷ୍ଟାର ଅକ୍କିନେଗି ନାଗାର୍ଜୁନଙ୍କର ଝିଅ ନାଗା ଚେତନୟା ତେଲୁଗୁ ଫିଲ୍ମରେ ଜଣେ ଲୋକପ୍ରିୟ କଳାକାରରୂପେ ପରିଚିତ ଅଟନ୍ତି I ସେ ଅକ୍ଟୋବରରେ ସାମନ୍ଥଙ୍କ ସହ ବିବାହ କରିଥିଲେ I ନାଗା ଚେତନ୍ୟ ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି I
ରାମ ଚରଣ
ସାଉଥର ସୁପରଷ୍ଟାର ଚିରଞ୍ଜୀବୀଙ୍କର ପୁଅ ରାମ ଚରଣ ମଧ୍ୟ ସାଉଥର ଜଣେ ଲୋକପ୍ରିୟ କଳାକାର ଅଟନ୍ତି I ଅନେକ ଫିଲ୍ମରେ ସେ ଆକ୍ସନ ହିରୋ ରୂପେ କାମ କରିଛନ୍ତି I ୨ ଥର ସେ ବେଷ୍ଟ ଆକ୍ଟର ଆୱାର୍ଡ ମଧ୍ୟ ହାସଲ କରିଛନ୍ତି I ରାମ ଚରଣ ୨୦୧୨ରେ ଉପାସନା କମିନେନିଙ୍କୁ ବିବାହ କରିଥିଲେ I
ଅକ୍କିନେନି ନାଗାର୍ଜୁନ
ସାଉଥ ଫିଲ୍ମ ଓ ବଲିଉଡ ଫିଲ୍ମର ଅକ୍କିନେନି ନାଗାର୍ଜୁନ ମଧ୍ୟ ଜଣେ ଫିଲ୍ମ ନିର୍ମାତା ଅଟନ୍ତି I ଅକ୍କିନେନି ନାଗାର୍ଜୁନ ତାମିଲ, ତେଲୁଗୁ ଓ ମାଲାୟାଲାମ ସହ ହିନ୍ଦୀ ଭାଷାର ଫିଲ୍ମ ରେ ମଧ୍ୟ କାମ କରିଛନ୍ତି I ଅକ୍କିନେନି ନାଗାର୍ଜୁନ ଓ ତାଙ୍କ ପତ୍ନୀ ଅମଲା ଅକ୍କିନେନିଙ୍କର ବିବାହକୁ ଅନେକ ବର୍ଷ ବିତିଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ