ଘରେ ଘରେ ହେଲା ମକର ଚାଉଳ ଭୋଗ ଲାଗି
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପବିତ୍ର ମକର ସଂକ୍ରାନ୍ତି ତିଥି। ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁସାରେ ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଗ୍ରାମ ଦେବତୀ ଓ ବିଭିନ୍ନ ଦେବ ଦେବୀ ମାନଙ୍କୁ ଭୋଗ ଲାଗି କରଯାଇଥିଲା। ନୂଆ ଅରୁଆ ଚାଉଳ, ଛେନା, କଦଳୀ, ଗୁଡ଼,ଗୋଲ ମରିଚ, ଅଦା, କ୍ଷୀର, ନଡ଼ିଆ କୁ ଏକତ୍ର କରାଯାଇ ମକର ଚାଉଳ ପ୍ରସ୍ତୁତ କରାଯାଇଥିଲା। ଠାକୁର, ଠାକୁରାଣୀ ମାନଙ୍କୁ ମକର ଚାଉଳ ଭୋଗ ଲାଗି ହେବା ପରେ ଘରେ ସମସ୍ତେ ଭୋଗ ପାଇଥିଲେ। ପ୍ରାତଃ ରୁ ଭକ୍ତ ମାନେ ପ୍ରାଚୀ ନଦୀ ର ବିଭିନ୍ନ ଘାଟ ରେ ମକର ବୁଡ଼ ପକାଇଥିଲେ। ମକର ସଂକ୍ରାନ୍ତି ପର୍ବ ଅବସର ରେ ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ର କ୍ଷୀର ଗଛ ମଠ, ବେଲବଣିଆ ମଠ, ଚଢ଼େଇଗାଁ, କାକଟପୁର ନିକଟସ୍ଥ ବଲରା ମାଧବାନନ୍ଦ ପୀଠ ଠାରେମେଳା ବସିଥିଲା। ମକର ସଂକ୍ରାନ୍ତି ପର୍ବ ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଅଞ୍ଚଳ ଉତ୍ସବ ମୁଖର ହୋଇ ପଡ଼ିଥିଲା। କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କୁ ପାରମ୍ପରିକ ପ୍ରଥାନୁସାରେ ସେବକ ପରିବାର ଙ୍କ ପକ୍ଷରୁ ମକର ଚାଉଳ ଭୋଗ ଲାଗି କରାଯାଇଥିଲା। ବଲରା ଗ୍ରାମ ରେ ପୂଜା ପାଉଥିବା ଶ୍ରୀ ମାଧବାନନ୍ଦ ଙ୍କୁ ଆଜି ରାଜ ରାଜେଶ୍ୱର ବେଶ ରେ ସଜ୍ଜିତ କରାଯିବାପରେ ଭକ୍ତ ମାନେ ପ୍ରଭୁ ଙ୍କୁ ଦର୍ଶନ କରିଥିଲେ।ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ପ୍ରାଚୀ ଉପତ୍ୟକା ର ବିଭିନ୍ନ ଶୈବ ପୀଠ ମାନଙ୍କ ରେ ଭକ୍ତ,ଶ୍ରଦ୍ଧାଳୁ ମାନଙ୍କଭିଡ଼ ଲାଗି ରହିଥିଲା। ସଂନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।