ଗଜପତିରୁ ଆନ୍ଧ୍ରକୁ ଚୋରା କାଠ ଚାଲାଣ ବେଳେ ଟ୍ରକ ସହ କାଠ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରୁ ଆନ୍ଧ୍ରକୁ ଚୋରା କାଠ ଚାଲାଣ କରାଯାଉଥିବା ବେଳେ ବନ ବିଭାଗ ଦ୍ୱାରା ଚଢ଼ାଉ କରି କାଠ ସହ ଟ୍ରକ ଜବତ କରାଯାଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, କାଶୀନଗର ଥାନା ଅନ୍ତର୍ଗତ ବିଶିରିଙ୍ଗି ଛକ ଠାରେ କାଶୀନଗର ବନ ବିଭାଗ ଦ୍ୱାରା ଏକ କାଠ ବୋଝେଇ ଟ୍ରକ ଜବତ କରାଯାଇଛି. କାଶୀନଗର ବନ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ କାଠ ବୋଝେଇ ଟ୍ରକଟି ଆନ୍ଧ୍ର ଯାଉଥିବା ବେଳେ ଜିଲ୍ଲା ବନଖଣ୍ଡ ଅଧିକାରୀ ଏସ ଆନନ୍ଦଙ୍କ ନିର୍ଦେଶ କ୍ରମେ କାଶୀନଗର ବନ ବିଭାଗ ଅଧିକାରୀ ମାନେ କାଠ ବୋଝେଇ ଟ୍ରକକୁ ଅଟକାଇ ସବୁ ଯାଞ୍ଚ କରିଥିଲେ. ଟ୍ରକ ଡ୍ରାଇଭର ଯାଞ୍ଚ ସମୟରେ ଠିକ କାଗଜ ପତ୍ର ଦେଖାଇ ନ ପାରିବାରୁ ସେଠାରୁ ଟ୍ରକ ଯାହାର ନଂ (ଏ ପି 16 ଟି ଏଚ 9688) ସହ ଡ୍ରାଇଭରକୁ କାଶୀନଗର ବନ ବିଭାଗ କାର୍ଯ୍ୟାଳୟ ଠାରେ ଅଟକ ରଖି ଛନ୍ତି. କାଠ ବୋଝେଇ ଟ୍ରକ ରେ ନିମ୍ବ, ଜାମକୁଳି,ଚକୁଣ୍ଡା ଭଳି ବିଭିନ୍ନ ପ୍ରଜାତିର କାଠ ବୋଝେଇ ହୋଇ ଥିବା ବେଳେ କାଠ ଗୁଡିକ ଓହ୍ଲେଇଲେ ଭିତରେ ଆଉ କୋଉ କାଠ ରହିଛି ଜଣାପଡିବ. ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟନୁଷ୍ଠାନ ନିମନ୍ତେ ବୁଝିବାରୁ ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ.


