ଟାଙ୍ଗଣାପଲ୍ଲୀ ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି । ଆମ ଓଡିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ପଞ୍ଚାୟତସ୍ତରରେ ବିକାଶ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ଅନୁଦାନ ପ୍ରଦାନ କରାଯାଉଛି । ଏଭଳି ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶଧାରା ମାଧ୍ୟମରେ ଏକ ବିକଶିତ ଓଡିଶା ଗଠନ କରିବା ମଙ୍ଗ ଧରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଙ୍କୁ ଶନିବାର ଅନୁଷ୍ଠିତ ଟାଙ୍ଗଣାପଲ୍ଲୀ ପଞ୍ଚାୟତସ୍ତରୀୟ ସଚେତନତା ଶିବିରରେ ଯୋଗଦେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା କୃତଜ୍ଞତା ଜଣାଇଛନ୍ତି । ଏଥିସହିତ ଟାଙ୍ଗଣାପଲ୍ଲୀ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଏକ ପୁସ୍ତିକାକୁ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଉନ୍ମୋଚିତ କରିଥିଲେ । ଟାଙ୍ଗଣାପଲ୍ଲୀ ପଞ୍ଚାୟତ ସରପଞ୍ଚ ବି. ସୁଦାମ ଙ୍କ ସଭାପତିତ୍ୱ ରେ ପଂଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହେବା ସହିତ ପଞ୍ଚାୟତର ବିକାଶର ବିବରଣୀ ରଖିଥିଲେ ସେ । ଆମଓଡିଶା ନବୀନ ଓଡିଶା ୧୦ ଟି ପ୍ରକଳ୍ପ ପାଇଁ ୫୦ ଲକ୍ଷ ଟଙ୍କା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୨୩୮ ୮ ପରିବାର ଅନ୍ତର୍ଭୁକ୍ତ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୩ ଟି ପ୍ରକଳ୍ପ ପାଇଁ ୧୨ ଲକ୍ଷ ଟଙ୍କା, କାଳିଆ ଯୋଜନାରେ ୧୪୨୫ ପରିବାର ଅନ୍ତର୍ଭୁକ୍ତ, ସାମାଜିକ ସୁରକ୍ଷା ଭତ୍ତାରେ ୧୧୩ ୯ ଜଣ ହିତାଧିକାରୀ ଅନ୍ତର୍ଭୁକ୍ତ, ୧୫୦ ଟି ମିଶନ ଶକ୍ତି ଗୋଷ୍ଠୀକୁ ୭ ୬୧.୫ ଲକ୍ଷ ଟଙ୍କା ର ବିନା ସୁଧରେ ଋଣ, ୨୩୮୮ ପରିବାର ରାସନକାର୍ଡରେ ଅନ୍ତର୍ଭୁକ୍ତ, ମମତା ଯୋଜନରେ ୩ ୯୨ ଗର୍ଭବତୀ ମହିଳାଙ୍କୁ ମମତା ସହାୟତା, ପଞ୍ଚାୟତରେ ଆମ ବ୍ୟାଙ୍କ ଦ୍ୱାରା ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆଦି ବିକାଶ ହୋଇଥିବା ସରପଞ୍ଚ ବି. ସୁଦାମ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ, ଟାଙ୍ଗଣାପଲ୍ଲୀ ସମିତି ସଭ୍ୟା ମିନା କୁମାରୀ ସାହୁ, ପୂର୍ବତନ ସରପଞ୍ଚ କୁମାରୀ ପ୍ରଧାନ ଓ ପ୍ରକାଶ ବିଷୋୟୀ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ମହାନାଦପୁର ସରପଞ୍ଚ ରବିନ୍ଦ୍ର ରାଉଳ, ବିପୁଳିଙ୍ଗି ସରପଞ୍ଚ ହିନା ସେଠି, ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ,ପୋଟଲାମପୁର ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ,ପୂର୍ବତନ ସମିତି ସଭ୍ୟ ଏନ ଦୁର୍ଯ୍ୟୋଧନ ରେଡ୍ଡୀ ଓ ମଥୁରା ଚରଣ ସୁବୁଦ୍ଧି,ଯୁବ ନେତା କାଳିଆ ନାହାକ, ବାପି ଦାସ, ଅମରେଶ କୁମାର ସାହୁ,ଗଗନ କୁମାର ନାହାକ, ଅଶ୍ୱିନୀ କୁମାର ସାହୁ, ଗୁଣ୍ଡିଚା ସ୍ୱାଇଁ,ବି. ଚନ୍ଦ୍ରମଣି ପାତ୍ର,ଶିକ୍ଷାବିତ କୋରା ମହାରଣା,କନିଷ୍ଠ ଯନ୍ତ୍ରୀ ଜୟସେନ ବେହେରା, ପିଇଓ ଦଣ୍ଡପାଣି ପ୍ରଧାନ, ଜିଆରଏସ ବସନ୍ତ ରାଉଳ, କେ. ଲୋକେଶ ରେଡ୍ଡୀ ଓ ଡମ୍ବୁରୁରେଡ୍ଡୀ ଙ୍କ ସମେତ ବହୁ ଜନପ୍ରତିନିଧି ଏବଂ ପଂଚାୟତ ର ୱାର୍ଡ ସଭ୍ୟ /ସଭ୍ୟା,ଭଦ୍ରବ୍ୟକ୍ତି, ମହିଳା ମାନେ ଉପସ୍ଥିତ ଥିଲେ । ରାଜ୍ୟ ସରକାର ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଏବଂ ଜନସାଧାରଣଙ୍କ ସୁବିଧା ଲାଗି କି ପ୍ରକାର ଯୋଜନା ଗୁଡିକ ରହିଛି, ତାହାରି କିପରି ସୁବିଧା ପାଇପାରିବେ ତାହାକୁ ନେଇ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନେ ଜନସାଧାରଣଙ୍କୁ ସଚେତନତା କରିଥିଲେ । ଏହି ଅବସର ରେ ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କ ରେ ପାଲା ମାଧ୍ୟମରେ ସ୍ଥାନୀୟ ଜନସାଧାରଣ ଙ୍କୁ ବିଭିନ୍ନ ସଚେତନତା କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ