ରେଇନବୋ ପ୍ଲେ ସ୍କୁଲ ଓ ଆୟାନି ଡାନ୍ସ ଏକାଡେମୀ ତରଫରୁ
ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ଶିଶୁ ମାନଙ୍କୁ ଠିକ ଭାବେ ଗଢି ତୋଳିବା ଓ ସେମାନଙ୍କୁ ସଂସ୍କୃତି ସମ୍ପର୍ନ୍ନ ,ଉତ୍ତମ ନାଗରିକ ଭାବେ ଗଢି ତୋଳିବା ଗୁରୁ ଦାୟିତ୍ବ ପ୍ଲେ ସ୍କୁଲ ତଥା ପ୍ରାଥମିକ ବିଦ୍ୟାଳୟ ମାନଙ୍କର ଗୁରୁ ଦାୟିତ୍ବ ଅଟେ। ମାଟି କୁ କୁମ୍ଭାର ଯେମିତି ଗଢେ ସେମିତି ପ୍ରାଥମିକ ଶିକ୍ଷା ର ପ୍ରଭାବ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣରେ ପଡ଼ିଥାଏ ବୋଲି ଗତ ରବିବାର ଦିନ ଆଇ ଟି ଆଇ ପ୍ରେକ୍ଷାଲୟରେ ରେଇନବୋ ପ୍ଲେ ସ୍କୁଲ ଓ ଆୟାନି ଡାନ୍ସ ଏକାଡେମି ତରଫରୁ “ଡିସେମ୍ବର ଧମାକା ” ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଉଭୟ ଅନୁଷ୍ଠାନ ର ମୁଖ୍ୟ ଅସ୍ମିତା ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଶିଷ୍ଟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ପୂର୍ବତନ ବିଧାୟକ ଡ଼ା .ରମେଶ ଚନ୍ଦ୍ର ଚଉପଟନାୟକ ,ମେୟର ସଂଘମିତ୍ରା ଦଳାଇ, କୁଳପତି ପ୍ରଫୁଲ୍ଲ କୁମାର ମହାନ୍ତି, କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ମହାନ ସଂଘ୍ ସଭାପତି ସୁଶାନ୍ତ କୁମାର ସାବତ ପ୍ରମୁଖ ଯୋଗଦେଇ ଅନୁଷ୍ଠାନ ର କାର୍ଯ୍ୟକ୍ରମକୁ ପ୍ରସଂଶା କରିବା ସହ ଭବିଷ୍ୟତ ଉଜ୍ବଳ ମୟ କାମନା କରିଥିଲେ। ସମ୍ମାନିତ ଅତିଥି ଭାବେ କର୍ପୋରେଟର ସଂଜିତ୍ ପାଣିଗ୍ରାହୀ, ମଳୟ ବିଷୋୟୀ, ସୁରେନ୍ଦ୍ର ମହାରଣା, ଶ୍ରୀମତୀ ସୋନାଲି ଗନ୍ତାୟତ,ଅବସରପ୍ରାପ୍ତ ରେଞ୍ଜର ଈଶ୍ୱର ପ୍ରସାଦ ସାହୁ , ବ୍ରଜେସ୍ୱରି ସାହୁ, ଗୀତାଞ୍ଜଳି ମହାନ୍ତି, କଳାଞ୍ଜଳି ର ପ୍ରତିଷ୍ଠାତା ରାମେଶ୍ୱରି ନନ୍ଦ, ସମାଜସେବି ଅଜିତ ପାତ୍ର, ସୃଜନିର ଅଧ୍ୟକ୍ଷା ବନ୍ଦିତା ସାହୁ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଅସ୍ମିତା ମହାନ୍ତି ଙ୍କ ତତ୍ତ୍ଵାବଧାନରେ ବହୁ ପ୍ରତିଭା ଧାରି , କଳାକାର, କୃତି ପ୍ରତିଯୋଗୀ ଙ୍କୁ ସମ୍ବର୍ଦ୍ଧନା ସହ ପୁରସ୍କୃତ କରାଯାଇଥିଲା। ରାଇରଞ୍ଜନ ନନ୍ଦ ଓ ରଶ୍ମିତା ଦଳାଇ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ, ବଣ୍ଟି, ସୁରେଶ, ସ୍ଵପ୍ନାରାଣୀ, ଶାନ୍ତ।ଦିପା, ସୁନୀତା,ଶିବାନୀ,କୁରି ପ୍ରମୁଖ କାଯ୍ୟକ୍ରମ୍ ପରିଚନା କରିଥିଲେ। ଛାତ୍ର ଛାତ୍ରୀ ଓ କଳାକାର ମାନଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରିଥିଲେ।