କନ୍ଧମାଳରୁ ଆସି ଗଞ୍ଜାମରେ ଚୋରି

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ କଂସାମାରୀ ଗ୍ରାମର ଏକ ବାଇକ୍ ଚୋରି ଘଟଣାରେ ପୋଲିସ୍ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି।ଗିରଫ ଯୁବକ ଜଣକହେଲେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା କାଟିଙ୍ଗା ଗ୍ରାମର ଆଶିଷ ଉଠାଣ ସିଂ (୨୨) ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।ଖବର ଅନୁଯାୟୀ,କଂସାମାରୀ ଗ୍ରାମର ଏସ.ବାବୁ ଦୋରାଙ୍କ ଘର ସମ୍ମୁଖରେ ଥିବା ବାଇକ୍ (ଓଡ଼ି୦୭ ଏସି ୮୦୧୯) ଗତ ରବିବାର ବିଳମ୍ବିତ ରାତିରେ କେହି ଅଜଣା ବ୍ୟକ୍ତି ଚୋରି କରିଥିବା ନେଇ ସୋମବାର ପାଟପୁର ଥାନାରେ ଏତଲା ଦେଇଥିଲେ।ଏତଲା ପ୍ରକାରେ ପାଟପୁର ପୋଲିସ ଥାନା କେଶ୍ ନଂ ୬୯/୨୪ ଚୋରି ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢାଉ କରି ତଦନ୍ତ ଚଳାଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପାଟପୁର ପୋଲିସ ଚୋରି ଘଟଣାରେ ଯୁବକଙ୍କୁ ଡେଙ୍ଗାଉସ୍ତା ରୁ ଗିରଫ କରି ଥାନାରେ ଅଟକ ରଖିଥିଲା। ତଦନ୍ତ ସମୟରେ ଅଭିଯୁକ୍ତଙ୍କୁ ପଚରାଉଚୁରା ବେଳେ ବାଇକ୍ ଚୋରି କରିଥିବା ନେଇ ସ୍ବୀକାର କରିଥିବା ଜଣାପଡ଼ିଛି।ପୋଲିସ ଅଭିଯୁକ୍ତ ନିକଟରୁ ଚୋରି ହୋଇଥିବା ବାଇକ୍ ଉଦ୍ଧାର କରି ଆଶିଷ ଉଠାଣ ସିଂ ଙ୍କୁ କୋର୍ଟ ଚାଲାଣ କରିଥିଲା।ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ଦିଗପହଣ୍ଡି ସବ୍ ଜେଲ ପଠାଯାଇଥିବା ନେଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ