ଆସିକା ରେଞ୍ଜର ଷଡଙ୍ଗିପଲ୍ଲୀଠାରେ ୧୨ଟିକିଆ ହାତୀ ପଲ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଆଜି ଗଞ୍ଜାମ ଜିଲ୍ଲା ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ଼ ଇଲାକାରୁ ବାରଟିକିଆ ହାତୀ ପଲ ଦକ୍ଷିଣ ଘୁମୁସର ବନଖଣ୍ଡ ର ଧରାକୋଟ ବନକ୍ଷେତ୍ର ଅଧୀନସ୍ଥ ଆଠଘରିଆ ଗ୍ରାମ୍ୟ ଜଙ୍ଗଲକୁ ଚାଲି ଆସିଛନ୍ତି l ସେଠାରେ ଲୋକଙ୍କ ପନିପରିବା ଫସଲ ଖାଇ ନଷ୍ଟ କରିବା ପରେ ଗତ ରାତିରେ ବାହାର ପୁର ପଂଚାୟତ ଅନ୍ତର୍ଗତ ମଲ୍ଲି୍ଝର ଜଙ୍ଗଲକୁ ଚାଲି ଆସିଥିଲେ l ନିକଟସ୍ଥ ଗୋପାଳପୁର ଗ୍ରାମର ନବା ସେଠି ଙ୍କ ଘର ଭାଙ୍ଗି ଚାଉଳ ଓ ଧାନ ଖାଇବା ସହ ନଷ୍ଟ କରିଥିଲେ l ଘରେ ଥିବା ପରିବାର ଲୋକେ ହାତୀ କୁ ଦେଖି ଭୟରେ ପଳେଇଯାଇଥିଲେ l ଏହା ପରେ ନିକଟସ୍ଥ ଜମିରେ ହୋଇଥିବା ବାଇଗଣ ଓ ଟମାଟ ପରିବା ଖାଇ ନଷ୍ଟ କରିଥିଲେ ।ଖବର ପାଇ ଆସିକା ରେଞ୍ଜର ଉକ୍ତ ଗ୍ରାମରେ ପହଂଚି ହାତୀପଲ କୁ ଘଉଡ଼ାଈ ଥିଲେ l ସମ୍ପ୍ରତି ଏହି ହାତୀ ପଲ ମଲ୍ଲୀଝର ଜଙ୍ଗଲ ଦିଗପହଣ୍ଡି ରେଞ୍ଜ ଆଡେ ମୁହାଉଛନ୍ତି।ଏତେବେଳେ ଷଡଙ୍ଗିପଲ୍ଲୀ ରାସ୍ତାରେ ଗାଙ୍ଗପୁରର ସନ୍ତୋଷ ବିଶୋଇ ୨୭ ବର୍ଷ ଜଣେ ବାଇକ ଅରୋହିକୁ ଆକ୍ରମଣ ମଧ୍ୟ କରଛନ୍ତି। ବରମୁଣ୍ଡଳୀ ଗ୍ରାମର ତ୍ରିନାଥ ଜାନିଙ୍କ ଧାନ ଗଦା ଓ ସୁକୁଟା ସେଠିଙ୍କ ଦେଶିଆଳୁ ବାଡ଼ରେ ହେଇଥିବା ତିନି ଭରଣ ଜମିରେ ହେଇଥିବା ଦେଶିଆଳୁକୁ ନଷ୍ଟ କରିଦେଇଛନ୍ତି l ଏହାର କ୍ଷତି କିପରି ପାଇବେ ବନ ଆଧିକାରୀଙ୍କ ପାଖରେ ଘୁହାରୀ କରିଛନ୍ତି l ଏଭଳି ଘଟଣା ପ୍ରତି ବର୍ଷ ଘଟୁ ଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ସ୍ଥାୟୀ ପ୍ରତିକାର କରାଯାଉନାହିଁ l ଯାହାକୁ ନେଇ ଅଞ୍ଚଳରେ ଭୟ ଓ ଅସନ୍ତୋଷ ର ବାତାବରଣ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ