ସାନଖେମୁଣ୍ଡିରେ ଯକ୍ଷ୍ମାମୁକ୍ତ ୮ ପଞ୍ଚାୟତର୍ ଜନ ପ୍ରତିନିଧି ପ୍ରଶିକ୍ଷଣ ଶିବିର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ଆଡ଼ପଦା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ସାନଖେମୁଣ୍ଡି ବ୍ଲକର ଆଠ ଗୋଟି ପଞ୍ଚାୟତକୁ ସରକାରଙ୍କ ପକ୍ଷରୁ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ଭାବେ ଘୋଷିତ କରାଯାଇଛି । ଆସନ୍ତା ଯକ୍ଷ୍ମା ଦିବସ ଅବସରରେ ଏହି ପଞ୍ଚାୟତ ଗୁଡ଼ିକୁ ରାଜ୍ୟ ସ୍ତରରେ ସମ୍ମାନିତ କରାଯାଇ ପୁରସ୍କୃତ କରାଯିବା ନେଇ ପ୍ରସ୍ତାବ ରହିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନ ମନ୍ତ୍ରୀଙ୍କ ଯକ୍ଷ୍ମା ମୁକ୍ତ ଭାରତ ଯୋଜନା ରେ ସାନଖେମୁଣ୍ଡିର ଆମ୍ବଗାଁ , ଦୟାନିଧିପୁର , ଡେଙ୍ଗାଡ଼ି ,କଉଡ଼ିଆ , ଖଲିଙ୍ଗି, ମୌଲାଭଞ୍ଜା ,ପଦ୍ମପୁର ଏବଂ ପାଟପୁର ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ଯକ୍ଷ୍ମାମୁକ୍ତ କରାଯିବା ସହିତ ଯକ୍ଷ୍ମା ମୁକ୍ତ ଘୋଷଣା ଭିତ୍ତିରେ ସଂପୃକ୍ତ ପଞ୍ଚାୟତର ଜନ ପ୍ରତିନିଧିଙ୍କୁ ଯକ୍ଷ୍ମାରୋଗ ମୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ଅବସରରେ ଆଜି ସୋମବାର ଦିନ ଆଡପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ମେଡିକାଲ ଅଧିକ୍ଷକ ଡ଼ା, ବାହନ ଦାସଙ୍କ ନେତୃତ୍ୱରେ ସାନଖେମୁଣ୍ଡି ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ମନୋନୀତ ଆଠ ପଞ୍ଚାୟତ ପ୍ରତିନିଧି , ନିର୍ବାହୀ ଅଧିକାରୀ , ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀ ବହୁମୁଖି ପୁରୁଷ ସ୍ବାସ୍ଥ୍ୟ କର୍ମୀ , ପରିଦର୍ଶକ ସମୂହଙ୍କ ମିଳିତ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ବରିଷ୍ଟ ଯକ୍ଷ୍ମା ଚିକିତ୍ସା ନୀରିକ୍ଷକ ଶିବଶଙ୍କର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ବୈଜୟନ୍ତୀ ମୁଣ୍ଡା , ସହକାରୀ ଆର୍ଥିକ ସଂଚାଳକ ସଂଜିତ କୁମାର , ଗୋଷ୍ଠି କାର୍ଯ୍ୟକ୍ରମ ଅଧିକାରୀ ଲମ୍ବୋଦର ରଥ , ଶୁଭକାମନା ଚାରିଟେବଲ ଟ୍ରଷ୍ଟ ଉପଦେଷ୍ଟା ଜଗନ୍ନାଥ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହି ଉପସ୍ଥିତ ନେତୃବୃନ୍ଦ ଏବଂ କର୍ମଚାରୀଙ୍କୁ ଯକ୍ଷ୍ମା ନିରାକରଣରେ ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ । ପଞ୍ଚାୟତରେ ସଚେତନତା ଜାରି ରଖିବା ସହ ଲକ୍ଷଣ ଦେଖାଗଲେ ସ୍ଥାନୀୟ ଆଶା ଦିଦିଙ୍କ ଠାରୁ ସ୍ବାସ୍ଥ୍ୟକର୍ମୀ , ସ୍ଥାନୀୟ ଯକ୍ଷ୍ମା ନିରାକରଣ ବିଭାଗ ସହ ଯୋଗାଯୋଗ କରି ବିନା ମୂଲ୍ୟରେ ମିଳୁଥିବା ଔଷଧକୁ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ସେବନ କରିବାକୁ ପରାମର୍ଶ ଦେବାକୁ ଅବଗତ କରାଇଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଏହି ଯକ୍ଷ୍ମା ମୁକ୍ତ ଅଭିଯାନରେ ସହଭାଗିତାରେ ପୃଷ୍ଟିକର ପୋଷଣ ସେବା ପ୍ରଦାନ କରୁଥିବା ଧର୍ମରାୟପୁର ସ୍ଥିତ ଶୁଭକାମନା ଚାରିଟେବଲ ଟ୍ରଷ୍ଟ ର ସହଯୋଗିତାକୁ ନେଇ ଶିବିରରେ ଟ୍ରଷ୍ଟ ଅଧକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ରଥଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା । ପ୍ରଶିକ୍ଷଣ ଶିବିରରେ ଯକ୍ଷ୍ମା ରୋଗ ନିରାକରଣର ନିଜ ସେବାର ଉତ୍କୃଷ୍ଟ ପ୍ରତିପାଦନ ପାଇଁ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସହ ଜନ ପ୍ରତିନିଧି ମାନଙ୍କୁ ପୁରସ୍କୃତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା ।