ମା

ଜୀବନର ମୃତ୍ୟୁରେ ସନ୍ଧିକ୍ଷଣରେ ପ୍ରତିକୂଳ ପରିବେଶ ବିରୋଧରେ ସାରାଜୀବନ ସଂଗ୍ରାମ କରି ଏକ କ୍ଷୁଦ୍ର ଜୀବନ ବଂଚାଇଥିଲେ ମଧ୍ୟ କାଳର କରାଳ ରେଖାକୁ ଅତିକ୍ରମ କରିନପାରି ବାକି ଜୀବନର ନକ୍ସା ଆଙ୍କୁଥିବା ସାରା ଇଛାକୁ ସାଉଁଟି ଧରି ହୃଦୟର ପ୍ରକୋଷ୍ଠଭିତରେ ଖାଲି ତା ପିଲାମାନେ ଓ ପରିବାର କଥା ଭାବିଭାବି ପରମ ଆତ୍ମୀୟତାର ପାପୁଲିର ଅଦୃଶ୍ୟ ରେଖାରେ କଣ ସବୁ ଲେଖିହେଇଯିବାବେଳେ ୨୦୧୩ ଫେବୃୟାରୀ ୧୩ ତାରିଖ ବାକଦେବୀ ସରସବତୀ ମାଙ୍କ ପୂଜାଦିନ ସକାଳ ୯ଟାର ସୂର୍ଯ୍ୟ କରିଣରେଝାଉଁଳି ଗଲା ତା ଜୀବନ । ମହାକାଳ ତା ହାତଧରି ଅଦୃଶ୍ୟତାର ଦରଜାରେ ଲୁଚକାଳି ପରି ଫୁଙ୍ଗୁଳା ପିଠିରେ ନେଇଗଲେ ତାକୁ ଆରପାରିକୁ । ଏକଥା ମୁଁ ଆଖିରେ ଦେଖିଥିଲେବି ବିଶ୍ୱାସ ଆସୁନି । ସତରେ କଣ ମା ଚାଲିଗଲା, ଆତ୍ମାକୁ ଆଶ୍ଚର୍ଯ୍ୟପରି ଲାଗୁଛି । ଯେଉଁ ମା କୋଳ ଦିନେ ଆମ ଭାଇ ଭଉଣୀଙ୍କର ଅନ୍ୱେଷଣ ଥିଲା, ସେ ମା ପରିବାର ପାଇଁ ସମର୍ପିତ ହୋଇ ମଧ୍ୟ ଅଲୋଡା ହୋଇଗଲା ଆମମାନଙ୍କ ଜୀବନ ପରିଧୀରେ । ହୃଦୟର କଥା ସେ ବୁଝିପାରୁଥିଲା । ଇତିହାସ ସମସ୍ତଙ୍କୁ ଲୋଡେ ନାହିଁ । ଇତିହାସ ଫର୍ଦ୍ଦରେ ସମସ୍ତେ ଲୋଡା ପଡନ୍ତି ନାହିଁ । ମାତ୍ର ଆମ ଭାଇଭଉଣୀଙ୍କ ଇତିହାସ ଲେଉଟାଇଲେ ସେ ମନେ ପଡେ । ଆଉ ଜଣେ ନାରୀ ପ୍ରକୃତରେ ମାତୃତ୍ୱ କଣ ବୁଝାପଡେ । ମୋ ମା ୪ଭଉଣୀ ଓ ତିନି ଭାଇରେ ଜନ୍ମ । ଅଜା ସାଧୁଚରଣ ଦାସଙ୍କର ୩ୟ କନ୍ୟା ଥିଲା । ସେତେବେଳେ ସେ ଅଧା ବେଙ୍ଗଲି ଓ ଅଧା ଓଡିଆ ପାଠ ପଢିଥିଲା । ଯେହେତୁ ଅଜାଙ୍କର ଚାକିରି ଥିଲା ୱେଷ୍ଟବେଙ୍ଗଲର କଲିକତାରେ । ଅତି ଅଲିଅଳି ସେ ଥିଲା । ବିଭାଘର ପରେ ମଧ୍ୟ ଗୋଟେ ବୁନିଆଦି ପରିବାରରେ ବୋହୁଟିଏ ହେଲା । ମାତ୍ର ଯୌଥ ପରିବାରର କଷଣ ଅନେକ ସହିଛି ସେ । ମୋ ଜେଜେ ଶିଘ୍ର ଚାଲିଯାଇଥିଲେ । ଆଉ ମୋ ମାର ବିଭାଗରର ଦିନ କେଇଟାପରେ ଜେଜି ମା ବି ଚାଲିଗଲେ । ପରିବାରର ବଡବୋହୁ ହୋଇ ବଡପରିବାର ଚଳାଇବା କେତେ ଯେ କଷ୍ଟ ସେ କଥା ଯିଏ ଜାଣିଛି ସିଏ କହିବ । ସବୁବେଳେ ହଳବଳଦ, ଚାକର ବାକର, ରୋଷେଇବାସ, କୁଣିଆ ମୈତ୍ର ସାଙ୍ଗକୁ ଆମ ଭାଇଭଉଣୀ ଛଅ ଜଣଙ୍କୁ ବଢେଇ କୁଢେଇ ମଣିଷ କରିବା ମୁସ୍କିଲ ଥିଲା ତା ଜୀବନରେ । ସେଦିନର କଥା ମନେପଡେ ଆମେ ଛୋଟ ଛୋଟ ହେଇଥିଲୁ ଘର ଚୋରି ହୋଇଗା । ବଡଭାଇ ବାହାରେ ପଢୁଥାନ୍ତି ଆଇଟିଆଇରେ । ବୁଢାଭାଇ ମଧ୍ୟ ବହୁତ ସମୟ ପଦାରେ । ଚୋରିବେଳେ ଅଜ, ଅମୁଲି ଓ ଅଞ୍ଜକୁ ନେଇ ମୁଁ କରୁଣା ଜେଜେ ଘରେ ଥିଲି । ତା ପରେ ମା କେନ୍ଦ୍ରାପଡାରୁ ଗାଁକୁ ଧାନ ଅମଳ ପାଇଁ ଯାଇଥିଲା ଅଜକୁ ସାଙ୍ଗରେ ନେଇ ଅମୁଲିତ ସବୁଦିନ ରାତିହେଲେ କାନ୍ଦେ । ବାପା ଅଫିସ ପଳାଇଲେ ତାକୁ ମୁଁ ଖେଳାଏ ଓ ରାତିରେ ପ୍ରାୟ ବାପା ଅମୁଲି ପାଇଁ ଅଫିସରୁ ଫେରି ଛେନାପୋଡ ଆଣିଥାନ୍ତି । ପାଣୁଆ ଦାଦା ଗାଁରୁ ଆସିଥାନ୍ତି ମୁଁ କହିଲି ଦାଦା ଅଜ ଆଉ ମା କେମିତି ଅଛନ୍ତି? ଅମୁଲି କାନ୍ଦୁଛି ମା କଥା ମନେପକାଇ । ଦାଦା କହିଲେ ତୋ ମା ମଧ୍ୟ କାଲି କାନ୍ଦୁଥିଲା ତୁମ କଥା ସବୁ ମନେପକାଇ କହୁଥିଲା ଅମୁଲିଟା କେମିତି ରହୁଥିବ? ମୋର ଆଉ ୨ଦିନ ଧାନ ଅମଳ ସରୁ ସରୁ ପଳାଇବି ଏଇ ହେଉଛି ମାର ମନ । ଦିନକର କଥା ପୁରୀ ଗଲାବେଳେ ସମୁଦ୍ରକୂଳ ରାସ୍ତାରେ ବାପାଙ୍କ କୋଳରେ ଅଞ୍ଜ ବସିଥିଲା ଗଲିପଡିଲା ରିକ୍ସାରୁ । ମା ଆଉ ୨/୩ ଦିନ ଖାଇଲାନି କାନ୍ଦିଲା ମୋ ଝିଅ ହାତ ଭାଙ୍ଗିଦେଲ । ତା ପରେ ଶରତ ଘର ପାଖ ଟ୍ୟୁବଲରୁ ଅଞ୍ଜି ପିଇବା ପାଣି ଘରକୁ ଆଣିଲାବେଳେ ମା କହିବ ମୋ ଝିଅ ହାତ ଭଲନାହିଁ ତମେ ଏଠି ଆଉଗୋଟେ ଟ୍ୟୁବଲ କରିଦିଅ ଏଠି । ଏଇ ହେଉଛି ମା ହୃଦୟର ବ୍ୟଥା ଓ ବ୍ୟାକୁଳତା । ଆମୁଲି ହାତ ପେଜରେ ଫୁଟୁକା ହୋଇ ପୋଡଡିଯାଇଥିଲା ତାକୁ ୪ ବର୍ଷ ହେଇଥିଲା । ମୁଁନାନିବୋଉ ସାଙ୍ଗରେ ଅଢାଯୋରି ଡାକ୍ତରଖାନାକୁ ଦିନେଛାଡି ଦିନେ ଯାଏ ଏବଂ ଆମ ମା କାନ୍ଦିକାନ୍ଦି ବାଡିପଟ ନାଳବନ୍ଧ ପାଖକୁ ଆସିଥାଏ କହୁଥାଏ ବଡବୋଉ ମୋ ପୁଅକୁ କୋଳରୁ ପକାଇବନି । ମୁଁ କୁମ୍ପିରେ ପଇସା ପକାଇ ପୂରଣ କରିଦେଲି । କୁମ୍ପି ମା ଦେଇଥିବା ୨୫ ପଇସା ଦୈନିକ ସ୍କୁଲକୁ ଗଲାବେଳେ, ବୁଢାଭାଇ ତାକୁ ଭାଙ୍ଗି ନେଇଗଲା ଏବଂ ମୋତେ ମା ଦୁଇଟଙ୍କା ଦେଲା ମୁଁ କାନ୍ଦିବାରୁ ସେଥିରେ ଟୀମା ଦୋକାନରୁ କ୍ଷୀରଗଜା ଆଣି ଅଜ, ଅମୁଲି ଓ ଅଞ୍ଜିକୁ ଦେଲି ଓ ମୁଁ ଖାଇଲି – ମା ମନକଥା ବୁଝିପାରେ । ବଡଭାଇ ମତେ ବିଗିଡିଲେ ତୁ ଦେବି ଦେଖିଯିବୁ ନାହିଁ । ସବୁବେଳେ କ୍ରିକେଟ ଖେଳୁଛୁ । କିନ୍ତୁ ସେଦିନ ମା ବାପାଙ୍କୁ କହିଲା ତାକୁ ଟିକେ ଦୁର୍ଗା ପୂଜା ଦେଖି ନେଇଯିବ । ବାପା ହେମନାନି ଘରକୁ ନେଲେ । ଏଇ ହେଉଛି ମାର ବୁଝିବାପଣିଆ । ଆମ ପିଲାଦିନେ ଥରେ ମାଘମାସରେ ସାନ ମାଉସୀ (ସାବିତ୍ରୀ ମାଉସୀ) ଘରକୁ ଆମକୁ ପଠାଇଲା ବୁଲିବାକୁ । ଆମେ ରାୟସରପୁରରୁ ଆସିବା ପର୍ଯ୍ୟନ୍ତ ଆମ ଚଲାବାଟକୁ ଚାହିଁ ବସିଥାଏ ସନ୍ଧ୍ୟା ପର୍ଯ୍ୟନ୍ତ ମୋ ପିଲା କେତେବେଳେ ଆସିବେ ଏବଂ ଫେରିଲାପରେ ଦେଖି ଖୁସି ହେଇଗଲା ମା । ଏଇ ହେଉଛି ମାର ମନ । ଅଜ ଛୋଟେଳେ ବହୁତ ଦୁଷ୍ଟଥିଲା । ଅମାନିଆ ସ୍କୁଲରେ ପାଠ ପଢୁଥିଲା ବେଳେ ପିଇଟି ସାରଙ୍କୁ ରାଗିକି ଟେକା ପକାଇଥିଲା । ମା କହିଥିଲା ବାପା ସେ ପରା ଗୁରୁ ତାଙ୍କୁ ପୂଜାକରିବୁ । ସେହିଦିନଠୁ ସେ ସମ୍ପୂର୍ଣ୍ଣ ପରିବର୍ତନ ହେଇଯାଇଥିଲା । ଏଇ ହେଉଛି ମାର ଶିକ୍ଷା । ଦିନ କେଉଟାପରେ ମାର ଶ୍ରାଦ୍ଧ ଆଜି ମନେପଡେ ………… ଆମ ପାଇଁ ଆମ ଭାଇଭଉଣୀ ପାଇଁ ପରିବାର ପାଇଁ ସମର୍ପିତ ଥିଲା ସେ ଆମ ମା । ସେଦିନର କଥା ମୁଁ ଯେତେବେଳେ ତେରବର୍ଷର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ ବୟସରେ ମାଟ୍ରିକ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେଲି ମା ମତେ ସମୁଦାୟ କୋଡିଏ ଟଙ୍କା ଦେଇଥିଲା । ଭାଷ୍କର ଟକିଜ୍‌ରେ ହିରୋ ଫିଲ୍ମ ଦେଖିଲି । ପରେ ଯେତେବେଳେ ମୁଁ ଏମ୍‌.ଏସ୍‌.ସି ପଢିଲାବେଳେ ହଷ୍ଟେଲରେ ରହୁଥାଏ ମା ମତେ ଲଫାପାରେ ଚିଠି ଲେଖିଥାଏ ଖରାବେଳେ ପୋଷ୍ଟପିଅନ ଚିଠି ବଢେଇଦେଲା ଚିଠି ପଢି ଦେଖିଲି ମା ଲେଖିଛି ବାପା ମନ ଦେଇ ପାଠପଢିବୁ । ଅଜଣା ଜାଗା ବାହାରେ ବେଶି ବୁଲାବୁଲି କରିବୁନି । ବଜାରକୁ ଗଲାବେଳେ ଗାଡିମଟର ଦେଖିକି ଯିବୁ । ନ ଖାଇ ଶୋଇପଡିବୁନି । ସେଥିରେ କେବଳ ଅଞ୍‌ି ପଦେ ଲେଖିଥାଏ । ଭାଇତମେ ସେଠାରେ ଭଲରେ ଥିବ । ବୋଉ ତୁମକଥା ସବୁବେଳେ ଭାବୁଛି । ଅଜ ଓ ଅମୁଲି ଆଉ ମୁଁ ଏଠି ମନଦେଇ ପାଠପଢୁଛୁ ତମେ ଚିନ୍ତାକରିବନି । ଆଉ ମା ମାଣଓଷା ଦିନ ପିଠାପଣା, ଚକୁଳି, ବରା, ମଣ୍ଡାପିଠା କରିଥିଲା ତୁମ କଥାଭାବି କାନ୍ଦିଲା – ଏ ହେଉଛି ମାର ମନ । ଆମ ପିଲାଦିନେ ୋବର ମାଟି ଲିପାଘରେ ରୋଷେଇକରେ ମା, ମାଟିହାଣ୍ଡି ପଖାଳ, ବଢିଚୁରା, ସଜନାଶାଗ, ଆଳୁଭର୍ତା, ଚକୁଳି ସକାଳୁ ସକାଳୁ ଖାଉ ଓ ସବୁଦିନ ଖାଇସାରି ଚୁଲିରେ ପକାଇଥିବା ପୋଡପିଠା ମା ଆମକୁ ଦିଏ ଖାଇବାକୁ । ଶାମ୍ବଦଶମିରେ ମା ଆମ ଭାଉଭଉଣୀଙ୍କ ପାଇଁ ବଢାକୁଢା କରେ ଅତି ଆଦରରେ ଠାକୁରଙ୍‌କୁ ଆମମାନଙ୍କ ମଙ୍ଗଳ କାମନା ପାଇଁ । ମୁଁ ପରୀକ୍ଷା ଛୁଟରେ ଗାଁକୁ ଗଲେ ଟୁଲୁ, କାବୁଲି, ବୁବୁଲି, ସଂଗ୍ରାମ, ଜୟନ୍ତ ମୋ ସାଙ୍ଗମାନଙ୍କୁ ଦେଖି ଖୁସି ହୋଇଯାଏ ମୋ ମା କେତେ ଯେ କଣ କରିପକାଇବ ପିଠାପଣା ସାଙ୍ଗକୁ ଆମ ପୋଖରୀର ମାଛତରକାରୀ ଆଉ ଯଦି ଗାଁରେ ମୋର କ୍ରିକେଟ ଟୁର୍ଣ୍ଣାମେଂଟ ଅଛି ତେବେ ରୁଟି, ଆଳୁଦମ୍ ସାଙ୍ଗକୁ ଅଣ୍ଡାସିଝା ସମସ୍ତ ସାଙ୍ଗମାନଙ୍କ ପାଇଁ ଖେଳପଡିଆକୁ ମା ପଠାଏ ଆଉ ମୋ ଭଉଣୀ କହିବ ଭାଇ ତମେ ଖେଳିବ ହେଲେ ମା ମତେ ତମପାଇଁ ଖଟଉଛି – ମା ହୃଦୟର କଥା ବୁଝିପାରେ । ମୁଁ ଯେତେେଳେ ଗ.ଝମ ୧ଗ୍ଦଗ୍ଧ ମକ୍ଷବଗ୍ଦଗ୍ଦ ପାଇ ଐ.ଊଉ ରେ ଗ୍ଧକ୍ଟକ୍ଟ୍ରକ୍ଟ୍ରରକ୍ସ ହେଲି ସରକାର ଦେଇଥିବା ଟଙ୍କାରେ ମୋ ମା ପାଇଁ ଶାଢୀ ଖଣ୍ଡେ ଓ ଚପଲ କିଣିଲି ଅଜ ଓ ଅମୁଲିକୁ ସାଙ୍ଗରେ ନେଇ ରାଣିହାଟରୁ ମୋ ମା ସେଦିନ ଲୁହ ଗଦ ଗଦ ହୋଇ ଖୁସିରେ କାନ୍ଦି ପକାଇଲା – ଏଇତ ମାର ଆଶିର୍ବାଦ । ଅଜ, ଅମୁଲି ଓ ଅଞ୍ଜିକୁ ପଢାଇଲା ବେଳେ ଅଞ୍ଜି ଯେତେବେଳେ ନ ପଡୀ ଉଠି ପଳାଇବ ମୁଁ ରାଗିଗଲେ ମୋ ସାନ ଭଉଣୀ ଓ ଭାଇ ଉପରେ ମା କହିବ ସେ ତୋ ଛୋଟ ଭାଉଭଉଣୀ ତାଙ୍କ ଉପରେ କାହିଁକି ରାଗୁଛୁ ତା ପାଠପଢା – ମା ଆମ ଭାଇଭଉଣୀଙ୍କୁ ହ୍ନେହ ବି ଶିଖାଇଛି । ମା ତୁ ଆଜି ନାହୁଁ ସତ ତୋର ପ୍ରତିଟି କଥା, ସ୍ନେହ, ଶ୍ରଦ୍ଧା ଆଜି ମନେପଡୁଛି । ତୁତ ଆଉ ଫେରିବୁନି ଆମ ପାଖକୁ ତଥାପି ତୋ କଥା ଭାବିଭାବି ଆମେ ଠାକୁରଙ୍କୁ ପ୍ରାର୍ଥନା କରୁଛୁ ତୁ ଠାକୁରଙ୍କ ପାଦତଳେ ଶରଣ ନେଇଥା ।
ଇତି ତୋର ହତଭାଗ୍ୟ ପୁତ୍ର
“ଅଶୋକ” ସହକାରୀ ଜିଲ୍ଲାପାଳ
ମୋ-୯୪୩୭୭୪୯୩୭୧

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ