ଜନବସତି ଓ ରାସ୍ତାପାଶ୍ଵ ରେ ଜଳୁଛି ବେଆଇନ ଇଟାଭାଟି

ନିମାପଡ଼ା, (ସନ୍ତୋଷ ଦାଶ):ଏବେ ଶୀତ ଋତୁ ବିଦାୟ ନେଇ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଛି। ଗତ କିଛି ଦିନ ହେବ ଟାଇଁଟାଇଁ ଖରା ପୁରା ଜନଜୀବନ କୁ ଅସ୍ତବ୍ୟସ୍ତ କରି ସାରିଲାଣି। ସବୁଠି ତାପମାତ୍ରା ବଢ଼ି ବାରେ ଲାଗିଛି। ‌ଏହି ସମୟ ରେ ପୁରୀ ଜିଲ୍ଲା ର ନୟାହାଟ,ନିମାପଡା, କାକଟପୁର , ଅସ୍ତରଙ୍ଗ, ଗୋପ ତହସିଲ ଅଞ୍ଚଳ ରେ ଗଢି ଉଠିଥିବା ବେଆଇନ ଇଟାଭାଟି ର ଧୂଆଁ ଆଉ ନିଆଁ ଜନ ସାଧାରଣଙ୍କୁ ଅଧିକ କଲବଲ କରୁଛି। ସବୁ ଦେଖି ପ୍ରଶାସନ ଚୁପ ବସିଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ‌କାକଟପୁର ତହସିଲ ଅନ୍ତର୍ଗତ ନୟାହାଟ ନିକଟସ୍ଥ ଧୁମାଳ, ଜଙ୍ଗଲବୋରି, ଦେସ୍ଥଳୀ,ବଉଲାଙ୍ଗ, ଶିମିଳି,ପାଣିଛତ୍ର,ଓଟର, ଯୋଗେଶ୍ୱରପୁର, ପାଟଣା, ନରସିଂହପୁର, ନିଭରଣ ଓ ଏହାର ଆଖପାଖ ଅଞ୍ଚଳ ରେ ଶହ ଶହ ବେଆଇନ ଇଟାଭାଟି ଏବେ ଜଳୁଛି।ପ୍ରଭାବଶାଳୀ ବ୍ୟକ୍ତି ମାନେ ବ୍ୟବସାୟିକ ମନୋବୃତ୍ତି ରଖି ବେଆଇନ ଭାବରେ ଜନବସତି ଏବଂ ରାସ୍ତା କଡ଼ରେ ଚଳାଇଛନ୍ତି ବେଧଡକ ଇଟା ପୋଡା। ତାପମାତ୍ରା ଏହି ଇଟାପୋଡା ଯୋଗୁଁ ବୃଦ୍ଧି ପାଇବାରେ ଲାଗିଛି। ଏହି ଅଞ୍ଚଳ ର ପରିବେଶ ଧୂଳି ଧୂଆଁ ରେ ପ୍ରଦୂଷିତ ହେବାରେ ଲାଗିଛି। ରାଜସ୍ବ ବିଭାଗ ଲୋକ ଦେଖାଣିଆଁ ଭାବେ ହାତ ଗଣତି କିଛି ବ୍ୟକ୍ତି ଙ୍କ ଠାରୁ ରାଜସ୍ୱ ଆଦାୟ କରି ଆଉ ସମସ୍ତ ଇଟାଭାଟି ମାଲିକ ମାନଙ୍କ ଠାରୁ ମୋଟା ଅଙ୍କର ପାଉଣା ଆଦାୟ କରି ଇଟାଭାଟି ମାଲିକ ମାନଙ୍କୁ ଖରା ଦିନରେ ଇଟା ପୋଡିବା ପାଇଁ ପ୍ରୋତ୍ସାହନ ଦେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଇଟା ପୋଡିବା ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡ କର୍ତ୍ତୃପକ୍ଷ ଙ୍କ ଆଦେଶ ଆଣିବା ନିୟମ ରହିଥିବାବେଳେ ମାଟି ଖୋଳି ଇଟା ପ୍ରସ୍ତୁତ କରିବାକୁ ରାଜସ୍ବ ବିଭାଗ ର ଅନୁମତି ଆଣିବା ନିୟମ ରହିଛି।କିନ୍ତୁ ଏହି ଅଞ୍ଚଳ ରେ ଏହାକୁ କୌଣସି ଇଟାଭାଟି ମାଲିକ ପାଳନ କରୁନାହାନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟ ରେ କିପରି ଇଟା ପୋଡା ହେଉଛି ବୋଲି ସ୍ଥାନୀୟ ଲୋକମାନେ ପ୍ରଶ୍ନ କରିଛନ୍ତି।‌ କାହା ପ୍ରୋତ୍ସାହନ ରେ ଆଇନ କାନୁନକୁ ମୋଡି ମକଚି ଦିନ ଦ୍ବିପହରରେ ତାପମାତ୍ରା ବଢ଼ୁଥିବା ସମୟରେ ଇଟାଭାଟି ଜଳାଯାଉଛି ବୋଲି ସ୍ଥାନୀୟ ଲୋକମାନେ ପ୍ରଶାସନ କୁ ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ଲୋକ ମାନେ ପୂର୍ବରୁ ପ୍ରଶାସନଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।ପୁରୀ ଜିଲ୍ଲାପାଳ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ବେଆଇନ ଭାବେ ଜଳୁଥିବା ଇଟାଭାଟି କୁ ବନ୍ଦ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ