ଦିନିକିଆ ପାରଳାଖେମୁଣ୍ଡି ଗସ୍ତରେ ବିଶାଖାପାଟଣାମ ଡିଆରଏମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦିନିକିଆ ପାରଳାଖେମୁଣ୍ଡି ଗସ୍ତରେ ବିଶାଖାପାଟଣାମ ଡିଆରଏମ ସୌରଭ ପ୍ରସାଦ ପାରଳା ରେଳଷ୍ଟେସନର ନିର୍ମଣ ଓ ଟ୍ରାକର ଦୋହରିକରଣ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ବୁଲି ଅନୁଧ୍ୟାନ କରିଛନ୍ତି । ଏହାସହ ନୌପୁଡା ଗୁଣୁପୁର ରେଳପଥରେ ଅଧିକା ଟ୍ରେନ କିଭଳି ଚଳାଚଳ କରିପାରିବ ତାହାକୁ ମଧ୍ୟ ସମୀକ୍ଷା କରିଛନ୍ତି । ଏହା ସହ ପାରଳାଖେମୁଣ୍ଡି ଷ୍ଟେସନ ଓ ରେଲୱେ କ୍ରସିଂର ଗୁଡିକରେ ସୁଧାର ଆଣିବା ପାଇଁ ଜିଲ୍ଲାପ୍ରଶାସନ ପାଖରୁ ସମସ୍ତ ଅନୁମତି ମିଳିଥିବା ସୂଚନା ଦେଇଛନ୍ତି ।ଷ୍ଟେସନ ନିକଟରେ ଗୋଟିଏ ରୁଫପ୍ଲାଜା ନିର୍ମାଣ କରାଯିବ ଯାହାର ସମସ୍ତ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ଯଥାଶୀଘ୍ର ଏହି ସମସ୍ତ କାର୍ଯ୍ୟକୁ ସମ୍ପନ୍ନ କରାଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି । ସେପଟେ ଗୁଣପୁର ଠାରୁ ଥେରୁବାଲି ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରେଳବାଇ ମନ୍ତ୍ରାଳୟ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟ କରାଯାଉଥିବା ଡି ଆର ଏମ ସୌରଭ ପ୍ରସାଦ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ