ଅଭିଯୋଗ ଶୁଣାଣିକୁ ଆସିଲେନି ଜିଲାପାଳ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ପରିସରରେ ଆଜି ହେବାକୁ ଥିବା ଜିଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଜିଲାପାଳ ନଆସିବାରୁ ଅତିରିକ୍ତ ଜିଲ୍ଲାପାଳ ଲଳିତ ସୋରଙ୍ଗ ଓ ଉପଜିଲ୍ଲାପାଳ ଚିତ୍ତ ରଞ୍ଜନ ମହାନ୍ତଙ୍କ ଦ୍ଵାରା ଦିନ ୧୦ଟା ଠାରୁ ୨ଟା ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ହୋଇଥିଲା। ଏହି ଶିବିରରେ କେନ୍ଦୁଝର ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଜଙ୍ଗଲ, ପୂର୍ତ୍ତ ବିଭାଗ, ଗ୍ରାମ୍ୟଉନ୍ନୟନ ବିଭାଗ, ଜଳ ସମ୍ପଦ, ଖାଉଟି ଓ ଯୋଗାଣ ବିଭାଗ, ଶ୍ରମ ବିଭାଗ, ମଙ୍ଗଳ ବିଭାଗ, ରାଜସ୍ୱ, ପୁଲିସ ବିଭାଗର ଅଧିକାରୀ ମାନେ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ମୋଟ ୧୧୧ ଟି ଅଭିଯୋଗର ଶୁଣାଣି ହୋଇଥିଲା। ବିଶେଷକରି ଭତ୍ତା, ଆବାସ ଯୋଜନାରେ ଘର ଓ ଜମିଜମା ସମସ୍ୟା ସମ୍ପର୍କିତ ଅଭିଯୋଗ ଅଧିକ ଥିଲା। ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ହାଟଡ଼ିହି ତହସିଲଦାର ହାବିଲ ଖାଖା, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ପ୍ରମୁଖ ଉପସ୍ଥିତ ଥିବାବେଳେ ବ୍ଲକର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ୧୫ଜଣ ଭିନ୍ନକ୍ଷମଙ୍କୁ ବେଟେରୀ ଚାଳିତ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ