ପୁଲିସ କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଅଂଚଳରେ ଏବେ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ଏପରିକି ବାରମ୍ବାର ଲୁଟ ଘଟଣା ଘଟୁଥିବା ବେଳେ ପୁଲିସ ଲୁଟେରାଙ୍କ ସମ୍ପର୍କରେ ସାମାନ୍ୟତମ ସୂଚନା ପାଇପାରୁ ନଥିବାରୁ ଲୁଟେରା ମାନେ ଗୋଟିଏ ପରେ ଗୋଟିଏ ଲୁଟ କରି ପୁଲିସ କୁ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି। ଗତ କିଛିଦିନ ଭିତରେ ତିନି ତିନୋଟି ବଡ ଧରଣର ଲୁଟ ପରେ ଗତକାଲି ରାତିରେ ଡ଼ଙ୍କୁରି ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କୁ ମାଡ ମାରି ତାଙ୍କ ଘରୁ ଲୁଟିନେଇ ଛନ୍ତି ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନାରୁପା ଅଳଙ୍କାର। ସୂଚନା ଅନୁଯାୟୀ ଗତ କାଲି ବିଳମ୍ବିତ ରାତିରେ ନାରାୟଣ ସାହୁଙ୍କ ବୋହୁ ପରିସ୍ରା କରିବାକୁ ଉଠିଥିବା ବେଳେ ୩ଜଣ ମୁଖାପିନ୍ଧା ଯୁବକ ତାଙ୍କୁ ଅତର୍କିତ ଆକ୍ରମଣ କରି ତାଙ୍କ ବେକରେ ଛୁରୀ ଲଗାଇ ଘରେ ଥିବା ସୁନାରୁପା ଅଳଙ୍କାର ଲୁଟିନେଇଛନ୍ତି। ପାଖଘରେ ଶାଶୁ ଓ ଶ୍ୱଶୁର, ଦିଅର ଶୋଇଥିଲେ ବି ବେକରେ ଛୁରୀ ଲଗାଇ ଧମକ ଦେବାରୁ ପାଟି ଖୋଲି ପାରି ନଥିଲେ ବୋହୁ ବିଷ୍ଣୁପ୍ରିୟା। ଲୁଟେରା ମାନେ ଦୁଇଟି ସୁନା ଚେନ, ଦୁଇଟି ମଙ୍ଗଳସୁତ୍ର, ଗୋଟିଏ ଛୋଟ ଛୁଆ ସୁନା ଚେନ, ୧୦ଟି ସୁନା ମୁଦି, ଦୁଇ ହଳ ଶଙ୍ଖା ଲୁଟି ନେଇଥିଲେ। ଲୁଟ ଅଳଙ୍କାର ର ଆନୁମାନିକ ମୂଲ୍ୟ ୧୦ଲକ୍ଷରୁ ଉର୍ଦ୍ଧ ହେବ ବୋଲି ପରିବାର ଲୋକେ କହିଛନ୍ତି। ମହିଳା ଜଣକ ଗର୍ଭବତୀ ଥିବାବେଳେ ତାଙ୍କୁ ମାଡ ମାରିବା ସହିତ ହାତକୁ କାମୁଡି ଦେଇ ଥିବାରୁ ମହିଳା ଜଣକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅନ୍ୟ ପକ୍ଷରେ ନାରାୟଣ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ