ହାଟଡିହି ପଞ୍ଚାୟତ ସମିତିର ୬ଷ୍ଠ ଅଧିବେଶନ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସମିତ୍ତିର ୬ଷ୍ଠ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ପଞ୍ଚାୟତରେ ପାନୀୟଜଳ ପ୍ରକଳ୍ପ ପାଇଁ ରାସ୍ତାଗାଟ ଗୁଡିକ ଖୋଳି ଦେଇଥିବାବେଳେ ତାହାକୁ ମରାମତି କରାନଯିବା ଓ ବିଭିନ୍ନ ପଞ୍ଚାୟତରେ ରେସନ ଚାଉଳ ଯୋଗାକୁ ନେଇ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକକୁ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ସଂଯୋଜନା କରିଥିଲେ । ଏଥିରେ ବିଧାୟକ ପ୍ରତିନିଧି ଶଶାଙ୍କ ଶେଖର ପୁହାଣ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, କୌଶଲ୍ୟା ସେଠୀ, ତହସିଲଦାର ହାବିଲ ଖାଖା, ସହକାରୀ ନିର୍ବାହୀଯନ୍ତ୍ରୀ ଜ୍ଞାନେନ୍ଦ୍ର ଜେନା, ଦିପାଶ୍ରୀ ସିଂ ପ୍ରମୁଖ ଯୋଗଦେଇ ଥିଲେ । ଏଥିରେ ବ୍ଲକର କୃଷି, ଜଂଗଲ ଓ ପରିବେଶ, ପାନୀୟଜଳ, ସାଧାରଣ ବଣ୍ଟନ, ସାମାଜିକ ସୁରକ୍ଷା, ପଶୁସମ୍ପଦ ଆଦି ବିଭାଗ ଉପରେ ଆଲୋଚନା କରାଯାଇଥିଲା । ବଳରାମ ଯୋଜନାରେ କୃଷକ ମାନଙ୍କୁ ସହାୟତ ଯୋଗାଇବା ପାଇଁ ବ୍ୟଙ୍କ କର୍ତ୍ତୁପକ୍ଷ ସହଯୋଗ କରୁନାହାନ୍ତି ବୋଲି ବ୍ଲକ କୃଷି ଅଧିକାରୀ ଭାମାଞ୍ଜରୀ ମହାନ୍ତ ସୁଚନା ଦେଇଥିଲେ । ସେହିପରି ଜଂଗଲ ଓ ପରିବେଶ ବିଭାଗ ଆଲୋଚନାରେ ରାସ୍ତାରେ ଲାଗି ଥିବା ଅନେକ ଗଛର ଚିହ୍ନବର୍ଣ୍ଣ ନଥିବା ନେଇ ଅଭିଯୋଗ କରିବା ସହିତ ହଦଗଡ ପଞ୍ଚାୟତର ଦଲକି, ପିତାନାଉ, ରତ୍ନମରା ଆଦି ଗ୍ରାମର ଲୋକମାନେ ଆବାସ ଯୋଜନାରେ ଗୃହ ନିର୍ମାଣ ଲାଗି କଞ୍ଚାମାଲ ପରିବହନରେ ଜଂଗଲ ବିଭାଗ ବାଧକ ସାଜୁଛି ବୋଲି ବଡରମ୍ପାସ ଓ ହଦଗଡ ସରପଞ୍ଚ ଅଭିଯୋଗ କରିଥିଲେ । ଏସବୁପ୍ରତି ଧ୍ୟାନ ଦିଆଯିବ ବୋଲି ହଦଗଡ ରେଞ୍ଜର ମାର୍ଶଲ କିସ୍କୁ ମତବ୍ୟକ୍ତ କରିତôଲେ । ସେହିପରି ହାଟଡିହି ବ୍ଲକରେ ମେଗା ୱାଟର ପୋ୍ରାଜେକ୍ଟ କାର୍ଯ୍ୟ ଚାଲିଥିବା ସମୟରେ ନଷ୍ଟ କରାଯାଇଥିବା ରାସ୍ତା ଗୁଡିକ ଠିକାସଂସ୍ଥା ଆଜି ପର୍ଯ୍ୟନ୍ତ ନିର୍ମାଣ ନକରିବା, ସମସ୍ତ ଗାଁକୁ ପାଇପ ବିଛା ନଯିବା ଆଦି ସମ୍ପର୍କରେ ସରପଞ୍ଚ ଦିନେଶ ସେଠୀ, ରବିନ୍ଦ୍ର ଯେନା, ଅଜିତ ରାଉତ, ନିରୁପମା ନନ୍ଦି ପ୍ରମୁଖ ଅଭିଯୋଗ କରିଥିଲେ । ଏପରିକି ଅନେକ ଗାଁରେ ନଳକୂପ ଅଚଳ ହୋଇପଡିଥିବା ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଗତ ବୈଠକରେ ଏସବୁ କାର୍ଯ୍ୟ ତୁରନ୍ତ କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରତିଶୃତି ଦେଇଥିଲେବି ଆଜି ପର୍ଯ୍ୟନ୍ତ କୌଣସିବି କାର୍ଯ୍ୟ ହୋଇ ନଥିବାରୁ ସରପଞ୍ଚ, ସମିତିସଭ୍ୟ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ସଂପୃକ୍ତ ଠିକାସଂସଂସ୍ଥା ଦ୍ୱାରା କାର୍ଯ୍ୟକୁ ତ୍ୱରାନ୍ୱୀତ କରାଯିଂବ ବୋଲି ସହକାରୀ ଯନ୍ତ୍ରୀ ଉତ୍ସବ ଚନ୍ଦ୍ର ଜେନା ସୁଚନା ଦେଇଥିଲେ । ସେହିପରି ଅଧିକାଶଂ ଏଲ.ଆଇ ସେଣ୍ଟର କାର୍ଯ୍ୟକ୍ଷମ ହେଉନଥିବାରୁ ପଶୁଚିକିତ୍ସା ଠିକ ଭାବେ ହୋଇପାରୁନି ବୋଲି ସମଣା, ପଢ଼ିଆରିପଲ୍ଲୀ ସରପଞ୍ଚ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ବ୍ଲକ ପଶୁଚିକିତ୍ସା ଅଧିକାରୀ ଡ. ରଶ୍ମୀ ରଞ୍ଜନ ନାୟକ ୧୬ଟି ଏଲଆଇ ସେଣ୍ଟର ଥିବାବେଳେ ମାତ୍ର ୮ଜଣ ଏଲ.ଆଇ ଥିବାରୁ ଏପରି ସମସ୍ୟା ଦେଖା ଦେଇଛି ବୋଲି କହିଥିଲେ । ସେହିପରି ଖାଉଟି ଓ ଯୋଗାଣ ବିଭାଗ ଆଲୋଚନା ସମୟରେ ଅନେକ ପଞ୍ଚାୟତକୁ ବକେୟାତôବା ଚାଉଳ ଯୋଗାଇ ଦିଆଯାଇ ନଥିବାରୁ ଲୋକମାନେ ଚାଉଳ ପାଇ ନପାରି ନାନା ଅସୁବିଧା ଭୋଗୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଜିଲ୍ଲା ଓ ଉପଖଣ୍ଡ ସ୍ଥରୀୟ ଅଦôକାରୀ ମାନଙ୍କ ଦ୍ୱାରା ତଦନ୍ତ କରାଯାଇଛି ଅତିଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ବିଭାଗୀୟ ଅଧିକାରୀ ସୁଚନା ଦେଇଥିଲେ । ଏହି ଅବସରରେ ପୁର୍ବସଭାର ନିଷ୍ପତି ଅନୁଯାଇ ଆଜି ବ୍ଲକ ପକ୍ଷରୁ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ମାନଙ୍କ ପାଇଁ ପରିଚୟପତ୍ରର ବଣ୍ଟନ କରାଯାଇଥିଲା । ଶେଷରେ ଭାରପ୍ରାପ୍ତ ଜିପିଓ ଶରତ କୁମାର ବେଜ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ