ବିଧାୟକଙ୍କୁ ସମ୍ବର୍ଦ୍ଧନା
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସମିତ୍ତି ତରଫରୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆଜି ବିଧାୟକ ଭାଗିରଥି ସେଠୀ ସମିତ୍ତି ଅଧିବେସନରେ ଯୋଗଦେବାକୁ ଆସିଥିବାବେଳେ ଏହା ତାଙ୍କର ଶେଷ ଅଧିବେସନ ହୋଇଥିବାରୁ ସମିତ୍ତି ପକ୍ଷରୁ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ତହସିଲଦାର ହାବିଲ ଖାଖା, ଉପାଧ୍ୟକ୍ଷ ରତିକାନ୍ତ ରାଉତ ପ୍ରମୁଖ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ପଞ୍ଚାୟତ ସମିତି ବୈଠକରେ ସମସ୍ତେ ଶାନ୍ତି ଶୃଙ୍ଖଳାର ସହ ନିଜ ନିଜ ପଞ୍ଚାୟତର ସମସ୍ୟା ଗୁଡିକ ଆଲୋଚନା କରି ତାହାର ସମାଧାନ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ ।


