ଅବସରପ୍ରାପ୍ତ ଶିକ୍ଷକ ଭଗବାନ ବେହେରାଙ୍କ ସ୍ମୃତିଚାରଣ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପୋଡାପାଟଣା ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍, ସମାଜ ସଂସ୍କାରକ ତଥା ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ଭଗବାନ ପ୍ରସାଦ ବେହେରାଙ୍କ ଏକାଦଶାହକ୍ରିୟା ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ବେହେରାଙ୍କ ଫଟୋ ଚିତ୍ରରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକ ପ୍ରଫୁଲ୍ଲ ସାମଲ, ଅଧ୍ୟାପକ ପ୍ରଫୁଲ୍ଲ କୁମାର ବାରିକ, ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁ, ଶରତ ଚନ୍ଦ୍ର ମିଶ୍ର, ଅଜୟ କୁମାର ପୃଷ୍ଟି, ରମାକାନ୍ତ ଜେନା, ସମାଜସେବୀ ରମେଶ ଜେନା, ଗୋବିନ୍ଦ ଚନ୍ଦ୍ର ସାହୁ, ରବିନ୍ଦ୍ର ଦାସ, ସ୍ମୃତି ରଞ୍ଜନ ସ୍ୱାଇଁ, ସୁବାସ ଦାସ, ଶିକ୍ଷକ ନାରାୟଣ ଚନ୍ଦ୍ର ଲେଙ୍କା, ସୁଧିର ବାରିକ, ନାରାୟଣ ଚନ୍ଦ୍ର ରାଉତ, ଅଶୋକ ଦାସ ଯୋଗ ଦେଇ ସ୍ୱର୍ଗତ ବେହେରାଙ୍କ ଶିକ୍ଷକତା ଜୀବନ ଓ ସମାଜ ସଂସ୍କାର ପାଇଁ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଜ୍ୟୋଷ୍ଠପୁତ୍ର ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା, ପୁତ୍ର ପ୍ରକାଶ, ପ୍ରଦୀପ, ପ୍ରଫୁଲ୍ଲ, ଭବାନୀ ଶଙ୍କର, ପୁତ୍ରବଧୁ ସେବତୀ ପାଢୀ, ନାତି ପ୍ରିୟରଞ୍ଜନ ବେହେରା, ନାତୁଣୀବୋହୁ ବର୍ଷାରାଣୀ ମହାପାତ୍ରଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନ ସହଯୋଗ କରିଥିଲେ ।


