ହାଟଡ଼ିହି ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକଛକ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଢାଇପୋଖରୀ ଗ୍ରାମର ବରିଷ୍ଠ କଂଗ୍ରେସ କାର୍ଯ୍ୟକର୍ତ୍ତା କରୁଣାକର ପରିଡ଼ା, ରବିନାରାୟଣ ନାୟକ, ଅନିରୁଦ୍ଧ ଧଳ, ସରୋଜ କୁମାର ପରିଡ଼ା, ଦୀନବନ୍ଧୁ ସା ପ୍ରମୁଖ ଙ୍କ ନେତୃତ୍ୱରେ ଅନେକ ଲୋକ କଂଗ୍ରେସ ଦଳ ଛାଡି ବିଜେପିରେ ସାମିଲ ହେଲେ। ବିଜେପି ନେତା ଅରୁଣ ମଲ୍ଲିକ ଓ ଅଧର ବେହେରା ଙ୍କ ମିଳିତ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ, ନିର୍ବାଚନ ମଣ୍ଡଳୀ ସଂଯୋଜକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ମଣ୍ଡଳ ସଭାପତି ବଳଭଦ୍ର ବାରିକ, ହରମୋହନ ଶାସିନ, ସୁଶାନ୍ତ ଜେନା, ଆଲୋକ ଜେନା, ଅନାଦି ନାୟକ, ଅଶୋକ ଯେନା ,ଶଶିକାନ୍ତ ରାଉତ ପ୍ରମୁଖ ନବାଗତଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ ଜଣାଇଥିଲେ। ନବାଗତ ମାନେ ଦେଶର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ଓ ଆଲୋକ ସେଠୀଙ୍କ ଦୃଢ଼ ନେତୃତ୍ୱରେ ଭରସା ରଖି ଦଳରେ ସାମିଲ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି।


