ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଲୋକର୍ପଣ ଦୈନିକ ଟାଟାନଗର ଠାରୁ ବାଦାମପହାଡ଼ ମେମୁ ଟ୍ରେନ ଗଡ଼ିଲା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଆଜିପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଟାଟାନଗର ରେଳବାଇ ଷ୍ଟେସନରୁ ନୁଆସନ୍ଧ୍ୟାକାଳିନ ଟାଟାନଗର ଠାରୁ ବାଦାମପହାଡ଼ ମେମୁ ଟ୍ରେନକୁ ଆଭାସି ମାଧ୍ୟମରେ ହରି ଝଣ୍ଡି ଦେଖାଇ ଉଦଘାଟନ କଲେ ।। ଏହା ଚକ୍କରଧରପୁର ରେଳ ମଣ୍ଡଳ ଦ୍ଵାରା ମାର୍ଚ୍ଚ-୦୧-ପହିଲାରୁ ନୁତନ ମେମୁ ଟ୍ରେନ ନମ୍ବର:-08153/08154 ସାନ୍ଧ୍ୟାକାଳିନ ଦୈନିକ ଟାଟାନଗର ଠାରୁ ବାଦାମପହାଡ଼ ମେମୁ ଟ୍ରେନକୁ ସକାଳୁ ସମୟ :-୧୨-ଠାରେ ଟାଟାନଗର ଷ୍ଟେସନରୁ ଉଦଘାଟନ କରିଥିଲେ ଏବଂ ଏହି ଅବସରରେ ଜମଶେଦପୁର ସା°ସଦ ପ୍ରତିନିଧି ଓ ପୋଟକା ବିଧାନସଭା ନିର୍ବାଚନ ମଣ୍ଡଳୀ ର ପୁର୍ଵତନ ବିଧାୟକ ଶ୍ରୀମତୀ ମେନକା ସରଦାର ଓ ବହଳଦା ପୁର୍ବତନ ବିଧାୟକ ଶ୍ରୀ ପ୍ରହ୍ଲାଦ ପୂର୍ତି ଓ ରେଳ ବିଭାଗର ଉଛ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଥିଲେ । ଆଜି ମେମୁ ଟ୍ରେନ ଟାଟାନଗର ରୁ ଆସି ଟାଟାନଗର ବାଦାମପହାଡ଼ ର ସବୁ ଷ୍ଟେସନ ପହୁଞ୍ଚିଥିଲା ଏବଂ ବାଦାମପହାଡ଼ ଷ୍ଟେସନ ସମୟ:୦୨:୩୦ଠାରେ ପହୁଞ୍ଚିପୁଣିଥରେ ଟାଟାନଗର କୁ ଫେରିଯାଥିଲ।ଏହି ଟ୍ରେନ କାଲିଠାରୁ ନିର୍ଧାରିତ ସମୟରୁ ଟାଟାନଗର ରୁ ସନ୍ଧ୍ୟା ସମୟ:-୦୬-ଠାରେ ଛାଡ଼ି ବାଦାମପହାଡ଼ ସମୟ:-୦୯:୦୫ ମିନିଟରେ ପହୁଞ୍ଚିବ ଏବଂ ପୁଣିତଥରେ ରାତିରେ ଟାଟାନଗର ଫେରି ସମୟ :-୧୧:୩୦ ରେ ପହୁଞ୍ଚିବାର ସମୟ ଧାର୍ଯ୍ୟ କରାଯାଇଛି। ଏହି ଟ୍ରେନ ସାନ୍ଧାକାଳିନ ସମୟରେ ଟାଟାନଗର ଓ ରାତିରେ ବାଦାମପହାଡ଼ ଠାରୁ ପରିଚାଳନା କଳେ ଟାଟାନଗର ବାଦାମପହାଡ଼ ଅଞ୍ଚଳର ରେଳୟାତ୍ରୀ ଓ ଅଧିବାସୀମାନେ ବହୁତ ଉପକୃତ ହେବେ ଏବଂ ତାଙ୍କର ସାମାଜିକ ସୁରକ୍ଷା ଓ ଆର୍ଥିକ ଉନ୍ନତି ସାଧନ ହେବା ସହିତ ବିକାଶର ମୁଖ୍ୟ-ଧାରାରେ ଜୁଡି ହେବେ।। ଏହି ଟ୍ରେନ ପରିଚାଳନା ପରେ ସାଧାରଣ ଲୋକ ମାନଙ୍କ ମଧ୍ୟରେ ବହୁତ ଖୁସି ଓ ଆନନ୍ଦର ଲହରୀ ଖେଳିଯାଇଛି। ସୁଚନାୟୋଗ୍ୟ ଯେ ବହଳଦାର ପୂର୍ବତନ ବିଧାୟକ ଶ୍ରୀ ପ୍ରହ୍ଲାଦ ପୂର୍ତ୍ତି ଏନେଇ ଦୀର୍ଘଦିନ ଧରି ବାରମ୍ବାର ରେଳ ଉଛ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖି ଦାବି କରି ଆସୁଥିଲେ, ତାଙ୍କର ଦୀର୍ଘଦିନ ଧରି ପ୍ରୟାସ ଓ ପ୍ରଚେଷ୍ଟା ଆଜି ସଫଳତା ପାଇଥିବାରୁ ପୂର୍ବତନ ବିଧାୟକ ପୂର୍ତ୍ତି ବାବୁ ଭାରତ ବର୍ଷର ରାଷ୍ଟ୍ରପତି ମହାମହିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୂ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଦକ୍ଷିଣ ପୂର୍ବାଞ୍ଚଳ ରେଳ ଜେନେରାଲ ମୈନେଜର ଶ୍ରୀ ଅନିଲ କୁମାର ମିଶ୍ରା ଏବଂ ଚକ୍କରଧରପୁର ରେଳ ମଣ୍ଡଳ ଶ୍ରୀ ଅନିଲ ଜେ ରାଠୌଡ ଓ ରେଲବାଇ ପ୍ରଶାସନର ସମସ୍ତ ଉଛ ପଦସ୍ଥ ଅଧିକାରୀ ଙ୍କୁ ରାଇରଙ୍ଗପୁର ଅଞ୍ଚଳରେ ବାସିନ୍ଦାଙ୍କ ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଛନ୍ତି ।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ