ଶୈବପୀଠ ମାନଙ୍କ ରେ ଜାଗରଯାତ୍ରା ପାଳିତ
ନିମାପଡ଼ା, (ସନ୍ତୋଷ ଦାଶ):ଶୁକ୍ରବାର ଥିଲା ଫାଲଗୁନ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି। ପ୍ରତେକ ଶିବ ମନ୍ଦିର ରେ ପାଳିତ ହୋଇଥିଲା ଜାଗର ଯାତ୍ରା। ଏଥିପାଇଁ ପ୍ରାଚୀ ଉପତ୍ୟକାର କପିଳେଶ୍ଵର, ବେଲେଶ୍ୱର, ଗୋକର୍ଣେଶ୍ୱର, ଶୋଭନେଶ୍ୱର, ରାମେଶ୍ୱର, ଅଙ୍ଗେଶ୍ୱର,ଅମରେଶ୍ୱର,ବନ୍ଦେଶ୍ୱର, ଇଶାନେଶ୍ୱର, ପୂର୍ଣେଶ୍ୱର,
ଗ୍ରାମେଶ୍ୱର, ନାଟେଶ୍ୱର, ସିଦ୍ଧେଶ୍ୱର,ମୁକ୍ତେଶ୍ଵର,ବୁଢ଼ାଲିଙ୍ଗ,ହରଗଣେଶ୍ୱର, ନୀଳକଣ୍ଠେଶ୍ୱର,ସମେଶ୍ୱର,ବୁଦ୍ଧେଶ୍ୱର,ଶଙ୍କରେଶ୍ୱର, ଈଶ୍ୱରନାଥ ପ୍ରଭୁତି ଶିବ ମନ୍ଦିର ରେ ଜାଗର ଯାତ୍ରା ପାଇଁ ଭକ୍ତମାନଙ୍କ ଭିଡ଼ ପ୍ରାତଃ ରୁ ଆରମ୍ଭ ହୋଇଯାଇଥିଲା। ଭକ୍ତମାନେ ଠାକୁର ଙ୍କୁ ଦର୍ଶନକରି ଭୋଗ ଲାଗି କରିଥିଲେ । ସଂଧ୍ୟା ରୁ ହଜାର ହଜାର ଭକ୍ତ ପ୍ରତେକ ମନ୍ଦିର ପରିସର ରେ ଦୀପ ଜାଳି ରାତି ଉଜାଗର ରହିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନ ରେ ଭଜନ, କୀର୍ତ୍ତନ,ନାମଯଜ୍ଞ କରାଯିବାସହିତ ଭକ୍ତଙ୍କ ସୁବିଧା ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଇଥିଲା। ବିଳମ୍ୱିତ ରାତିରେ ମନ୍ଦିର ଚୁଡ଼ାକୁ ମହାଦୀପ ଉଠିବା ପରେ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ। ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଜାଗର ଯାତ୍ରା ପାଇଁ ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇପଡ଼ିଥିଲା। ଓଁ ନମଃ ଶିବାୟଃ ଧ୍ଵନି ରେ ପ୍ରକମ୍ପିତ ହୋଇ ପଡ଼ିଥିଲା ପୁର ଠାରୁ ପଲ୍ଲୀ।