ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ,ସହାୟତା ପ୍ରଦାନ ପାଇଁ ନିବେଦନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଦାଦନ ଶ୍ରମିକଙ୍କ ଯାତନା ଥମିବାର ଦେଖା ଯାଉନାହିଁ. ପେଟ ପାଟଣା ପାଇଁ ଭିଟା ମାଟି ଛାଡି ରାଜ୍ୟ ବାହାରକୁ ଦାଦନ ଭାବେ ଯାଇ ସେଠାରେ ହାଡ଼ ଭଙ୍ଗା ପରିଶ୍ରମ କରୁଥିବାବେଳେ ଶ୍ରମିକମାନଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି. ତେଲେଙ୍ଗନା ରାଜ୍ୟରେ ଦାଦନ ଭାବେ ଖଟୁଥିବା ଜଣେ ଗଜପତି ଜିଲ୍ଲାର ଶ୍ରମିକ ବର୍ତ୍ତମାନ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଖବର ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାରେ ଦାଦନ ଶ୍ରମିକଙ୍କର ଦୁଃଖ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିଛି ମାସ ପୂର୍ବରୁ ମଧ୍ୟ ଗୁମ୍ମା ବ୍ଲକର ଯୁବ ଦାଦନ ଶ୍ରମିକଙ୍କର ମୃତ୍ୟ ହୋଇଥିଲା।ସମବାର ପୁଣି ଗଜପତି ଜିଲ୍ଳା ଗୁମ୍ମା ବ୍ଲକ ସଦର ମହକୁମା ଖ୍ରୀଷ୍ଟିୟାନ ସାହି ସୁବେନ ବିହାରୀ ସିଂଙ୍କ (୫୩)ଙ୍ ମୃତୁ ହୋଇଛି ବୋଲି ଗ୍ରାମବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ, ପରିବାରର ଆର୍ଥିକ ସମସ୍ୟା ସକାଶେ ରାଜ୍ୟ ବାହାରକୁ ଯାଇ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ କ୍ଷୀର କମ୍ପାନୀରେ ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରି ଆସୁଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ହୋଇଥିଲା।ଖବର ପାଇ ପରିବାର ଲୋକେ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ନେଇଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ପରିବାର କହିଲେ ଦୁଇ ଝିଅ ଓ ଗୋଟିଏ ପୁଅ ପରିବାର ରାଜଗାରିଆ ବାପାଙ୍କ ମୃତ୍ୟୁ ପରେ ପରିବାରରେ ଧୁଖର ଛାୟା ଖେଳିଯାଇଛି। ମୃତ୍ୟୁ ଶରୀର ଗାଁକୁ ଆଣିବା ପାଇଁ ପରିବାର ଲୋକେ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଅବଗତ କରାଇଥିଲେ। ଖବର ଜାଣିବା ପରେ ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯସ୍ମୀନ କୁମାର ପ୍ରଧାନ ଦୁଃଖି ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କିମ୍ବା ରେଡ଼କ୍ରୋସ ପାଣ୍ଟିରୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ତାଙ୍କ ସ୍ତ୍ରୀଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଅନ୍ତର୍ଭୁକ୍ତ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ