ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ନିର୍ବାଚନମଣ୍ତଳି ଗୋପ ବ୍ଲକ ଅଧିନସ୍ଥ ବଉଲଙ୍ଗ ଗ୍ରାମ ପଞ୍ଚାୟତ ପଲ୍ଲି ଛକ ଠାରେ ଆନ୍ତର୍ଜାତିୟ ମହିଳା ଦିବସ ମହାସମାରୋହ ରେ ପାଳିତ ହୋଇଛି। ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡ଼ା, ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଯୋଗଦାନ କରି ମହିଳା ମାନେ ସ୍ୱାଭିଲମ୍ବି ହେଲେ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ସମାବେଶ ରେ ଜିଲ୍ଲା ପରିଷଦ ସଭ୍ୟା ସାଗରିକା ନାୟକ ଓ ପୁଷ୍ପଲତା ସ୍ବାଇଁ ,ଧୂମାଳ ସରପଞ୍ଚ ମୋନାଲିସା ସିଂହ ପ୍ରମୁଖ ଉଦବୋଧନ ଦେଇ ରାଜ୍ୟ ସରକାର ମହିଳା ମାନଙ୍କ ଉନ୍ନତି ପାଇଁ ଯେଉଁ ସବୁ ଯୋଜନା ମାନ ପ୍ରଣୟନ କରିଛନ୍ତି ତାର ପ୍ରଶଂସା କରିଥିଲେ। ଉକ୍ତ ସମାବେଶ ରେ ତିନି ହଜାରରୁ ଅଧିକ ମହିଳା ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ