୬ ଟି ପଞ୍ଚାୟତ ରେ ବିଭିନ୍ନ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ନିମାପଡ଼ା ବ୍ଲକ ଅନ୍ତର୍ଗତ ବଡ଼ମାଛପୁର, ଶଗଡା, ଧଳେଶ୍ୱର, ଅନ୍ତୁଆର, ଅରିଷଣ୍ଢ ଓ ବାମନାଳ ପ୍ରଭୃତି ପଂଚାୟତ ରେ ବିଧାୟକ ସମୀର ରଞ୍ଜନ ଦାଶ ଙ୍କ ଦ୍ଵାରା ୩୦ ଟି ପ୍ରକଳ୍ପ ର ଶିଳାନ୍ୟାସ ଓ ଉଦଘାଟନ ହୋଇଥିଲା। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ପଞ୍ଚାୟତରାଜ ବିଭାଗ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦାଶ ଙ୍କ ସହିତ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ବ୍ଲକ ବିଜେଡି ସଭାପତି ଅଶୋକ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅଜୟ ସ୍ୱାଇଁ , ସମବାୟ ବ୍ୟାଙ୍କ ସଭାପତି କିଶୋର ଛୋଟରାୟ, ନିମାପଡା ର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରବୀର କୁମାର ବଳ, ସରପଞ୍ଚ ସୁରେନ୍ଦ୍ର ସ୍ବାଇଁ, ବିଭିନ୍ନ ପଞ୍ଚାୟତର ଶତାଧିକ ଲୋକ ଯୋଗଦାନ କରିଥିଲେ।


