୨୫ ପ୍ରକଳ୍ପ ର ଉଦଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ନିମାପଡା ଏନ ଏ ସି ଅଞ୍ଚଳ ୧୦ ଟି ୱାର୍ଡ ରେ କୋଠ ଘର ଏବଂ ଛଣିଜଙ୍ଗ ପଞ୍ଚାୟତ ର ସମବାୟ ସମିତି ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଥିଲା। ବିଧାୟକ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଭିନ୍ନ ୱାର୍ଡ ର କୋଠ ଗୃହ , ରାସ୍ତା ଏବଂ ଅଙ୍ଗନବାଡି ଗୃହ ସହ ୨୫ ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ସବୁ ପ୍ରକଳ୍ପ ପାଇଁ ମୋଟ ୧ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି । ଏହି କାର୍ଯ୍ୟକ୍ରମରେ ଏନ ଏ ସି ବିଜେଡ଼ି ସଭାପତି ଜୀବନାନନ୍ଦ ମହାପାତ୍ର, ଅଧକ୍ଷା ସସ୍ମିତା ସାହୁ, ଉପାଧ୍ୟକ୍ଷ ସନ୍ତୋଷ ଦାଶ, ଯୁବ ସଭାପତି ସତ୍ୟଜିତ୍ ଆଚାର୍ଯ୍ୟ , ଯୁବ ନେତା ସନ୍ତୋଷ ଓଝା, ବିଶ୍ଵଜିତ ସ୍ୱାଇଁ ( ଚନ୍ଦନ ) , ବ୍ରଜେନ୍ଦ୍ର ପ୍ରଧାନ, ସନାତନ ପ୍ରଧାନ, ଅରୁଣ ଦାଶ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ବ୍ଲକ ବିଜେଡି ସଭାପତି ଅଶୋକ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅଜୟ ସ୍ୱାଇଁ , ସମସ୍ଥ ୱାର୍ଡ ର କାଉନସିଲର ଯୋଗଦାନ କରିଥିଲେ।


