ନୂତନ ବିଇଓଙ୍କୁ ସ୍ୱାଗତ ଜଣାଇଲା ଶିକ୍ଷକ ସଂଘ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଶିକ୍ଷାଅଧିକାରୀ ଭାବେ ଓଁ କାର ଅନ୍ୱେଷ କାର୍ଯ୍ୟରେ ଯୋଗଦେବା ପରେ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି। ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ହାଟଡ଼ିହି ଶାଖାର ସଭାପତି ଶ୍ରୀକାନ୍ତ ବିଶ୍ୱାଳ ଓ ସମ୍ପାଦକ ପ୍ରଦୀପ ନାୟକ, ବଳରାମ ଦାସ, ରାମଚନ୍ଦ୍ର ସାହୁ, ବସନ୍ତି ସେଠୀ, ସୁରେନ୍ଦ୍ର ଜେନା, କାର୍ତ୍ତିକେଶ୍ୱର ଦଳେଇ, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ମହେନ୍ଦ୍ର କୁମାର ଶାସିନୀ, ରଞ୍ଜନ ପ୍ରଧାନ, ଅଭୟ କୁମାର ଜେନା ପ୍ରମୁଖ ନୂତନ ବିଇଓ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।