କନ୍ଧ କୁମ୍ଭାର ସମାଜ ର ବିଜୟ ଦିବସ ପାଳିତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବିଶିପଡ଼ା ରେ କନ୍ଧକୁମ୍ଭାର ସମାଜ ର ବିଜୟ ଦିବସ ପାଳିତ ହୋଇ ଯାଇଛି l କନ୍ଧ କୁମ୍ଭାର କୁ ଆଦିବାସୀ ମାନ୍ୟତା ମିଳିବା ପରେ କନ୍ଧ କୁମ୍ଭାର ସଙ୍ଘ ପକ୍ଷରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି l ଦୀର୍ଘ ୫୦ ରୁ ଉର୍ଦ୍ଧ୍ବ ବର୍ଷ ଏହି କନ୍ଧ କୁମ୍ଭାର ସଂଘ ଆଦିବାସୀ ମାନ୍ୟତା ପାଇବା ପାଇଁ ସଂଘର୍ଷ କରି ଆସୁଥିଲେ l ଏହି କାର୍ଯ୍ୟକ୍ରମରେ ଚାରିଗଡ ର ମୂଖ୍ୟ କାର୍ଯ୍ୟକର୍ତ୍ତା ସମେତ ବହୁ କନ୍ଧ କୁମ୍ଭାର ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ l ସର୍ବ ପ୍ରଥମେ କନ୍ଧ କୁମ୍ଭାର ସମାଜ ର କୁଳ ଦେବୀ ଗଙ୍ଗା ମାତା ଓ ମାଆ ପାଟ୍ଟଖଣ୍ଡା ଓ ଜଗତର ନାଥ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l କନ୍ଧ କୁମ୍ଭାର ସମାଜ ର ଜିଲ୍ଲା ସଭାପତି ଅଜିତ କୁମାର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ଉପସଭାପତି ବିଜୟକୁମାର ବେହେରା, ସମ୍ପାଦକ ତପନ ବେହେରା, କୋଷାଧକ୍ଷ ସୁରେନ୍ଦ୍ର ବେହେରା, ଯୋଗାଯୋଗ କର୍ତ୍ତା ଜୟନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି କନ୍ଧ କୁମ୍ଭାର ସମାଜ ଅବହେଳିତ ନିଷ୍ପେସିତ ଅବସ୍ଥାରେ ରହୁଥିବା ବେଳେ ସେମାନଙ୍କୁ ମୂଖ୍ୟ ସ୍ରୋତରେ ଆଣିବା ରେ ନିଜର ହକ ଅଧିକାର ସାବ୍ୟସ୍ତ ଦାବୀ ଉପସ୍ଥାପନା ପାଇଁ ଯେଉଁ ମାନେ ମଙ୍ଗ ଧରିଥିଲେ ସେହି ମାନଙ୍କ ନିଷ୍ଠା ଓ ଏକାଗ୍ରତା ଯୋଗୁଁ ଆଜି କନ୍ଧ କୁମ୍ଭାର ସଙ୍ଘ ସଫଳତା ପାଇଲା ବୋଲି ବକ୍ତା ମାନେ ନିଜ ବକ୍ତବ୍ୟ ରେ କହିଥିଲେ l ଆମନ୍ତ୍ରିତ ମୂଖ୍ୟ କାର୍ଯ୍ୟକର୍ତ୍ତା ନିଜ ଅଭିଭାଷଣ ରେ କହିଥିଲେ ଏହି ସଫଳତା ର ଶ୍ରେୟ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ଙ୍କୁ ଦେଇଥିଲେ l ସମାଜ ରେ ପ୍ରଚଳିତ ଅନ୍ଧବିଶ୍ୱାସ କୁ ସଂସ୍କାର, ବାଲ୍ୟ ଵିଵାହ ଦୂରୀକରଣ ନିଶା ନିବାରଣ କରିବା ସହିତ ଶିକ୍ଷା କୁ ପ୍ରାଧାନ୍ୟ ଦେଇ ରକ୍ତଦାନ ବୃକ୍ଷ ରୋପଣ ଆଦି ସାମାଜିକ କାର୍ଯ୍ୟକ୍ରମରେ ସମାଜ ନିଜକୁ ନିୟୋଜିତ କରିବା ପାଇଁ ସମୂହ ଶପଥ ପାଠ ହୋଇଥିଲା l ବାଲିଗୁଡ଼ା ଖେମୁଣ୍ଡଗଡ ରୁ ସଭପତି ପଙ୍କଜ ବେହେରା ଉପ ସଭାପତି ଦୀପକ କୁମାର ବେହେରା ସାଧାରଣ ସମ୍ପାଦକ ନୀଳ ମାଧବ ବେହେରା, ସଂପାଦକ ଭାବେ ଇନ୍ଦ୍ରଜିତ ବେହେରା, କୋଷାଧ୍ୟକ୍ଷ ରାମକୃଷ୍ଣ ବେହେରା, ମୂଖ୍ୟ ସଭ୍ୟ ମାର୍କଣ୍ଡ ବେହେରା ଓ ରଞ୍ଜିତ କୁମାର ବେହେରା l ମାତୃ ମଣ୍ଡଳୀ ର ସଭାନେତ୍ରୀ ମିଥିଳା ବେହେରା, ଉପ ସଭାପତି ତପସ୍ଵିନୀ ବେହେରା, ସମ୍ପାଦିକା ଆରତୀ ବେହେରା ଏବଂ ମୂଖ୍ୟ ସଭ୍ୟ ସରସ୍ୱତୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ l କନ୍ଧ କୁମ୍ଭାର ସମାଜ ର ମାଟିଆ କନ୍ଧ , କୁମ୍ଭାର ଗୁନା କୁମ୍ଭାର ମଧ୍ୟ ଆଦିବାସୀ ମାନ୍ୟତା ପାଇବେ ବୋଲି ସମାଜ ପକ୍ଷରୁ କୁହାଯାଇଛି l ଏହି କନ୍ଧ କୁମ୍ଭାର ସମାଜ ରେ ବାଲିଗୁଡ଼ା ରୁ ଲଳିତ ଦେହୁରୀ, ପବିତ୍ର ପ୍ରଧାନୀ, ରଂଜନ ବିଶିମlଝି, ସୁନୀଲ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ l ସମିତିର ସଦସ୍ୟ ଆଦିତ୍ୟ ପାତ୍ର ଓ ନିରଞ୍ଜନ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ