ଜଙ୍ଗଲୀ ବାଘୁଆ ମହୁମାଛି ଆକ୍ରମଣରେ ୧୪ ଆହତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଜଙ୍ଗଲୀ ବାଘୁଆ ମହୁମାଛି ଆକ୍ରମଣରେ ୧୪ ଜଣ ଆହତ ହୋଇଛନ୍ତି I ଗଜପତି ଜିଲ୍ଲା ମୋହନା ବ୍ଲକ ଖାରିମେରା ଗ୍ରାମରେ ଘଟିଛି ଏଭଳି ଘଟଣା I ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ, ଶନିବାର ସକାଳେ ଗ୍ରାମର ମର କିଛି ଲୋକ ବଗଡ଼ ସଫା । କରିବା ବା ପାଇଁ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଯାଇଥିଲେ | ସେଠାରେ ରୋଷେଇ କରିବା ପାଇଁ ଏକ ଗଛ ମୂଳରେ ନିଆଁ ଲଗାଇବା ବେଳେ ଗଛରେ ବସା ବାନ୍ଧିଥିବା ଜଙ୍ଗଲୀ ବାଘୁଆ ମହୁମାଛି ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ଗ୍ରାମବାସୀ ଆହତଙ୍କୁ ଉଦ୍ଧାର କରି ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଆହତଙ୍କ ସ୍ବାସ୍ଥ୍ୟଅବସ୍ଥା ସ୍ଥିର ଥିବା ଡା.ଅନୁପମା ପାଢ଼ୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ଖର୍ଚ ଆରମ୍ଭ ହେଉଥିବା ବେଳେ ଜଙ୍ଗଲ ଫୁଲ ମଧ୍ୟରେ ର ନିଆଁ ଲାଗିଲେ କିମ୍ବା ତାପମାତ୍ରା ବୃଦ୍ଧି ପାଇଲେ ମହୁମାଛି ବନା ବୃଦ୍ଧି ପାଇବାର ଆଶଙ୍କା ଆକ୍ରମଣ ସମ୍ଭାବନା ରହିଛି, ତେଣୁ ଲୋକେ ଲାକେ ଏଥିପ୍ରତି ନିଜେ ଯତ୍ନବାନ ହେବା ନିହାତି ଆବଶ୍ୟକ ବୋଲି କୁହାଯାଇଛି।