ଗାଁକୁ ଆସିଲାନି ଆମ୍ବୁଲାନ୍ସ ୨ କିମି ବୁହାହେଲେ ଗର୍ଭବତୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା ଦେଖା ଦେଇଛି. ବହୁ ବର୍ଷ ଧରି ବିପଦପୂର୍ଣ୍ଣ ରାସ୍ତାକୁ ମରାମତି କରାଯାଇ ନାହିଁ. ତେଣୁ ଗାଁକୁ ଆସିଲାନି ଆମ୍ବୁଲାନ୍ସ। ଫଳରେ ଆମ୍ବୁଲାନ୍ସ କର୍ମୀ ୨କିମି ରାସ୍ତା ପାଦ ଚଲାରେ ଅତିକ୍ରମ କରି ଗାଁରେ ପହଞ୍ଚି ଗର୍ଭବତୀଙ୍କୁ ପୁଣି ପାଦ ଚଲାରେ ଷ୍ଟ୍ରେଚରକୁ କାନ୍ଧରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଜକରାପଲ୍ଲୀ ଗ୍ରାମରେ | ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ, ଜକରାପଲ୍ଲୀ ଗ୍ରାମର ଅମ୍ବିକା ରଇତଙ୍କ ଶନିବାର ସକାଳେ ପ୍ରସବ ବେଦନା ଆରମ୍ଭ ହୋଇଥିଲା I ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ I କିନ୍ତୁ ପଥୁରିଆ ଅଣ ଓସାରିଆ ରାସ୍ତା ଏବଂ ରାସ୍ତାରେ ନାଳ ପଡୁଥିବା ଯୋଗୁଁ ଆମ୍ବୁଲାନ୍ସ ଗ୍ରାମ ଠାରୁ ୨ କିଲୋମିଟର ଦୂରରେ ରହିଯାଇଥିଲା। । ଏଥିଯୋଗୁଁ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁ ଏବଂ କର୍ମଚାରୀ ଗ୍ରାମକୁ ଯାଇ ଅମ୍ବିକାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଷ୍ଟେକ୍ଚରରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ I ପରେ ତାଙ୍କୁ ତାଙ୍କୁ ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା. ସେଠାରେ ଅମ୍ବିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ. ଉଭୟ ମା ଏବଂ ଶିଶୁ ସୁସ୍ଥ ଅଛନ୍ତି। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ଲୋକେ ପ୍ରଶଂସା କରିବା ସହ ଉକ୍ତ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ