ହାଇଦ୍ରାବାଦରୁ ବିଜୁ ଜନତା ଦଳର ନିର୍ବାଚନ ପ୍ରଚାର ଆରମ୍ଭ ହେଲା କି….?

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ତେଲେଙ୍ଗାନାର ରାଜଧାନୀ ସୁଦୂର ହାଇଦ୍ରାବାଦ ଠାରୁ ବିଜୁ ଜନତା ଦଳର ନିର୍ବାଚନ ପ୍ରଚାର ଶୁଭାରମ୍ଭ କରିଥିବା ଲକ୍ଷ୍ୟ କରାଯାଇଛି. ନିର୍ବାଚନ ପାଖେଇ ଆସୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଓଡିଶାରେ କୌଣସି ଦଳରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ. ତଥାପି ବିଜୁ ଜନତା ଦଳ ତରଫରୁ ହାଇଦ୍ରାବାଦ ଠାରେ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି. ଏହାକୁ ଲକ୍ଷ୍ୟ କରାଗଲେ ସ୍ପଷ୍ଟ ହେଉଛି ଯେ ବିଜୁ ଜନତା ଦଳ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ରୁପେଶ ପାଣିଗ୍ରାହୀଙ୍କ ସପକ୍ଷରେ ପ୍ରଚାର ଆରମ୍ଭ ହୋଇଯାଇଛି. ହାଇଦ୍ରାବାଦ ଠାରେ ରହୁଥିବା ହଜାର ହଜାର ପ୍ରବାସୀ ଭୋଟରଙ୍କୁ ହାତ ଛଡା ନ କରିବା ପାଇଁ ବିଜେଡ଼ି ଦଳ ଏଭଳି କସରତ ଆରମ୍ଭ କରିଦେଇଥିବା ଲକ୍ଷ୍ୟ କରାଯାଇଛି |ପ୍ରକାଶଥାଉକି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ଆଶାୟୀ ପ୍ରାର୍ଥୀ ରୁପେଶ ପାଣିଗ୍ରାହୀ ନିର୍ବାଚନ ମୈଦାନକୁ ଓଲ୍ହାଇବା ନିଶ୍ଚିତ ଥିବା ପରି ମନେ ହେଉଛି | ଏଣୁ ହାଇଟେକ ଚେୟାରମ୍ୟାନ ତିରୁପତି ପାଣିଗ୍ରାହୀ ଯିଏକି ରୁପେଶଙ୍କ ବାପା ଅଟନ୍ତି. ସେ ହାଇଦ୍ରାବାଦ ରହୁଥିବା ପ୍ରବାସୀ ଭୋଟର ମାନଙ୍କୁ ନିଜ ପୁଅ ସପକ୍ଷରେ ଯେଭଳି ଭୋଟ ବିଜେଡ଼ିକୁ ଆସିବ ସେ ନେଇ ଗଜପତି ଜିଲ୍ଲାର କେତେକ ବିଜେଡି କର୍ମୀ, ନେତାଙ୍କୁ ନେଇ ଗତ 5 ଦିନ ଧରି ହାଇଦ୍ରାବାଦ ଗସ୍ତ କରିଛନ୍ତି. ହାଇଦ୍ରାବାଦରେ ରହୁଥିବା ତେଲୁଗୁ ଓ ଓଡ଼ିଆ ଭୋଟର ଯେଉଁମାନେ ସେଠାରେ ଶ୍ରମିକ ଭାବେ ଖଟି ନିଜ ଭିଟାମାଟି ଛାଡି ଅଛନ୍ତି ସେମାନଙ୍କୁ ସାକ୍ଷାତ କରି ବିଜେଡିର ଆଶାୟୀ ପ୍ରାର୍ଥୀ ରୁପେଶ ପାଣିଗ୍ରାହୀଙ୍କ ପାଇଁ ନିର୍ବାଚନ ପ୍ରଚାର କରାଯାଇ ଭୋଟ ଭିକ୍ଷା କରାଯାଇଛି. ଆଜି ରବିବାର ହାଇଦ୍ରାବାଦରେ ପହଞ୍ଚିଛନ୍ତି ତିରୁପତି ପାଣିଗ୍ରାହୀଙ୍କ ପୁଅ ତଥା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳ ତରଫରୁ ଆଶାୟୀ ପ୍ରାର୍ଥୀ ରୁପେଶ ପାଣିଗ୍ରାହୀ. ହାଇଦ୍ରାବାଦର ଅଶୋକା ଗାର୍ଡେନ ଠାରେ ଏକ ବିରାଟ ବ୍ୟାନରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତିରୁପତି ପାଣିଗ୍ରାହୀ ଓ ତାଙ୍କ ପୁଅ ରୁପେଶ ପାଣିଗ୍ରାହୀଙ୍କ ଫୋଟ ଥାଇ ଏକ ନିର୍ବାଚନ ପ୍ରଚାର ସଭା ଆରମ୍ଭ କରାଯାଇଛି. ଏଥିରେ ହାଇଦ୍ରାବାଦ ଠାରେ ରହୁଥିବା 3 ହଜାରରୁ ଉର୍ଦ୍ଧ ପ୍ରବାସୀ ଗଜପତି ଜିଲ୍ଲାର ଓଡ଼ିଆ ଓ ତେଲୁଗୁ ଶ୍ରମିକମାନେ ଯୋଗ ଦେଇଥିଲେ. ଏହି ପ୍ରଚାର ସଭାରେ ତେଲୁଗୁ ଚଳଚିତ୍ର ଜଗତର ପୁରାତନ ହାସ୍ୟ ଅଭିନେତା ବାବୁ ମୋହନ ଯୋଗଦେଇ ବିଭିନ୍ନ ଭାବେ ପ୍ରବାସୀ ଶ୍ରମିକଙ୍କୁ ଆକାଶ୍ରିତ କରି ତିରୁପତିଙ୍କ ପୁଅ ରୁପେଶଙ୍କୁ ପ୍ରବାସୀ ଶ୍ରମିକମାନେ ଭୋଟ ଦେବା ପାଇଁ ନିବେଦନ କରିଥିଲେ. ଏହି ସଭାରେ ତିରୁପତି ପାଣିଗ୍ରାହୀ, ଆଶାୟୀ ପ୍ରାର୍ଥୀ ରୁପେଶ ପାଣିଗ୍ରାହୀ ଓ ଅନ୍ୟ କେତେକ ନେତା ମଧ୍ୟ ପ୍ରବାସୀ ଶ୍ରମିକମାନଙ୍କୁ ଭୋଟ ଭିକ୍ଷା କରିଥିଲେ. ଏଠାରେ ଉଲ୍ଲେଖଯୋଗ୍ୟଯେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କୌଣସି ଠାରେ ପ୍ରାର୍ଥୀ ଘୋଷଣା ହୋଇନାହିଁ. ପ୍ରଚାର ସଭା ତ ଦୂରର କଥା ହେଲେ ହାଇଦ୍ରାବାଦ ଠାରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇନଥିଲେ ମଧ୍ୟ ପ୍ରଚାର ପାଇଁ ସଭା ଆୟୋଜନ କରାଯିବା ସହ ହାଇଦ୍ରାବାଦରେ ରହୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେଠାକାର ଅଶୋକା ଗାର୍ଡେନ ଠାରେ ସୁସ୍ୱାଦ ଖାଦ୍ୟପେୟ ପ୍ରଦାନ କରି ଆପ୍ୟୟିତ କରାଯାଇ ରୁପେଶ ପାଣିଗ୍ରାହୀଙ୍କୁ ଭୋଟ ଦେବାକୁ ନିବେଦନ କରିବା ଆଦିକୁ ଲକ୍ଷ୍ୟ କରାଗଲେ ବାସ୍ତବରେ ବିଜେଡିର ନିର୍ବାଚନ ପ୍ରଚାର ଆରମ୍ଭ ହୋଇଥିବା ଭଳି ମନେ ହେଉଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ