ଆସନ୍ତା ସାଧାରଣ ନିର୍ବାଚନରେ ନକଲି ଅନୁସୂଚିତ ଜାତି , କୈବର୍ତ୍ତ ଓ ଧୀବରମାନଙ୍କୁ ସଂରକ୍ଷଣ ଆସନରୁ ପ୍ରାର୍ଥୀ କରାନଯାଉ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି ତରଫରୁ ଇଂ ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ରବିବାର ଦିନ ଭୁବନେଶ୍ୱର କେଶରୀ ହୋଟେଲଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସବର୍ଣ୍ଣ, କେଉଟ, କୈବର୍ତ୍ତ ଓ ଧୀବର ଜାତିମାନେ ଅନ୍ୟାୟ ଉପାୟରେ ଓଡ଼ିଶା ଅନୁସୂଚିତ ଜାତି ତାଲିକାରେ ପଶିଆସି ସେମାନେ ଅସଲି ଦଳିତଙ୍କ ସିଂହଭାଗ ସୁବିଧା ହଡ଼ପ କରି ନେଉଛନ୍ତି । ଏମାନଙ୍କୁ ଓଡ଼ିଶା ଅନୁସୂଚିତ ଜାତି ତାଲିକାରୁ ହଟାଇବା ନିମିତ୍ତ ଓଡ଼ିଶା ସରକାର ପ୍ରସ୍ତାବ ଦେବା ସହିତ ଆସନ୍ତା ସାଧାରଣ ନିର୍ବାଚନରେ ଏମାନଙ୍କୁ ସଂରକ୍ଷିିତ ଆସନରୁ ପ୍ରାର୍ଥୀ କରାନଯିବା ନିମିତ୍ତ ଦାବି କରାଯାଇଅଛି । ଓଡ଼ିଶା ସରକାର ଅନୁସୂଚିତ ଜାତି ତାଲିକାରେ ସ୍ଥାନିତ ହେବା ପାଇଁ ଅଯୋଗ୍ୟ କାଢି, ନିଆରି, ଘଣି ଇତ୍ୟାଦି ସବର୍ଣ୍ଣ ଜାତିକୁ ସୁପାରିଶ କରିଥିବାରୁ ତାହାକୁ ପ୍ରତ୍ୟାହାର କରିବା ଓ ସଂରକ୍ଷଣ ପାଇବାକୁ ହକଦାର ଥିବା ମେହେନ୍ତର, କଣ୍ଡରା ବୈଷ୍ଣବ, ପାଣ ବୈଷ୍ଣବ ଓ ବାଉରୀ ବୈଷ୍ଣବ ଇତ୍ୟାଦି ଦଳିତ ବୈଷ୍ଣବ ଜାତିକୁ ସ୍ଥାନିତ କରିବା ନିମିତ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଆସନ୍ତା ସାଧାରଣ ନର୍ବାଚନରେ ଏହି ଅନୁସୂଚିତ ଜାତି କେଉଟ, କୈବର୍ତ୍ତ, ଧୀବରମାନଙ୍କୁ ଯଦି ସଂରକ୍ଷଣ ଆସନରେ ପ୍ରାର୍ଥୀ କରାଯାଏ, ତେବେ ତାହାକୁ ଦୃଢ ବିରୋଧ କରିବା ସହିତ ତାଙ୍କୁ ଭୋଟ ନ ଦେବାକୁ ସାଧାରଣରେ ଅନୁରୋଧ କରାଯାଇଛି । ଏତଦ୍‌ବ୍ୟତୀତ ସରକାର ଆମ୍ବେଦକର ଛକ (ଏଜି ଛକ)ଠାରେ ଆମ୍ବେଦକର ଭବନ ନିର୍ମାଣ କରିବା ନିମିତ୍ତ ଦାବି କରାଯାଇ ଆସୁଅଛି ଓ ଭୁବନେଶ୍ୱରରେ ଥିବା ଆମ୍ବେଦକର କଲେଜକୁ ପୂର୍ଣ୍ଣାଙ୍ଗ ଡିଗ୍ରୀ ସରକାରୀ କଲେଜରେ ପରିଣତ କରିବା ପାଇଁ ଅନୁରୋଧ କରାଯାଇଛି ।ଏହିସବୁ ଦାବି ସରକାର ବିଚାରକୁ ନନେଲେ ଆଗାମୀ ଦିନରେ ଓଡ଼ିଶାର ୮୦ ଲକ୍ଷ ଦଳିତ ଓ ୧ କୋଟି ଆଦିବାସୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ, ଏଥିପାଇଁ ସରକାର ଦାୟୀ ରହିବେ । ଉକ୍ତ ସାମ୍ବାଦିକ ସମ୍ମିଳନୀକୁ ସମିତିର ସାଧାରଣ ସମ୍ପାଦକ ପ୍ରଭାକର ମଲ୍ଲିକ, ଯୁଗ୍ମ ସାଧାରଣ ସମ୍ପାଦକ ସୁନାକର ବେହେରା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାର ହରିଶ ବେହେରା, ସମାଜସେବୀ ଗୋପାଳ ଗୌତମ, ଅମିୟ ସେଠୀ, କଳ୍ପତରୁ ମଲ୍ଲିକ, ରବି ସେଠୀ, ମାନଗୋବିନ୍ଦ ସେଠୀ, ହରିହର ସେଠୀ, ସୁରେଶ ନାଏକ ଓ ପ୍ରକାଶ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ