ଶହୀଦ୍ ଲକ୍ଷ୍ମଣ ନାୟକଙ୍କ ୮୨ ତମ ଶହୀଦ ଦିବସ ପାଳିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୨ ତମ ଶହୀଦ ଦିବସ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି । ମଣ୍ଡଳ କାରାଗାର ସୁପରିନଟେଣ୍ଡେଣ୍ଟ ଧୀରେନ୍ଦ୍ର ନାଥ ବାରିକ, ଜେଲର ସତ୍ୟ ନାରାଣ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରଥମେ କାରାଗାର ମଧ୍ୟରେ ଥିବା ଲକ୍ଷ୍ଣଣ ନାୟକଙ୍କ ସ୍ମୃତି ମନ୍ଦିରରେ ଥିବା ତୈଳ ଫଟୋଚିତ୍ରରେ ପରେ କାରାଗାର ସମ୍ମୁଖରେ ଲକ୍ଷ୍ଣଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ସହିତ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସମସ୍ତଙ୍କୁ ସ୍ବାଗତ କରିବା ସହ ଲକ୍ଷ୍ମଣ ନାୟକଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ବୀର ସାହସୀ ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖ ଦିନ ଅଭିବକ୍ତ କୋରାପୁଟ ଜ଼ିଲ୍ଲା ତେନ୍ତୁଳି ଗୁମା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ I ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଦେଶ ସ୍ୱାଧୀନ ସଂଗ୍ରାମ ଡ଼ାକରାରେ ସେ ନିଜକୁ ସାମିଲ କରି ଦେଶ ସ୍ୱାଧୀନତା ନିମନ୍ତେ ନିଜ ଜୀବନକୁ ବାଜି ଲଗାଇ ଥିଲେ I ଇଂରେଜ ସରକାରଙ୍କ ଦ୍ୱାରା ମିଥ୍ୟା ଆରୋପରେ ୧୯୪୩ ମସିହା ମାର୍ଚ୍ଚ ମାସ ୨୯ ତାରିଖରେ ମାତ୍ର ୪୩ ବର୍ଷ ବୟସରେ ବ୍ରହ୍ମପୁର ଜେଲରେ ଫାଶୀ ପାଇଥିଲେ I ତାଙ୍କର ସେହି ଦେଶ ମାତୃତ୍ବ ଏବଂ ସ୍ୱାଧୀନତା ମନୋଭାଵ ଆଜି ମଧ୍ୟ ଅମର ହୋଇ ରହିଛି l ଏହି ଅବସରରେ ବହୁ ଛାତ୍ରଛାତ୍ରୀ , ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ । ଏଠାରେ ପ୍ରକାଶ ଥାଉକି ନିର୍ବାଚନ ଆଚରଣ ବିଧିଅନୁପାଳନ ପୂର୍ବକ ଏହାକୁ ପାଳନ କରାଯାଇଥିଲା ।

 

 

 

 

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ