ବାଲିପଦର ଫାଣ୍ତି ଅଞ୍ଚଳରେ ପୋଲିସର ଫ୍ଳାଗ ମାର୍ଚ୍ଚ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ବାଲିପଦର ଫାଣ୍ତି ଇଲାକାର ୭ ଖଣ୍ତ ଗ୍ରାମରେ ପୋଲିସ ପକ୍ଷରୁ ମାର୍ଚ୍ଚ ୨୮ ତାରିଖ ଦିନ ଫ୍ଳାଗ ମାର୍ଚ୍ଚ କରାଯାଇଥିଲା। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଅବାଧ ,ନିରପେକ୍ଷ ଓ ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ପାଇଁ ଏହି ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଏସଡିପିଓ ସୁଜିତ କୁମାର ନାୟକଙ୍କ ତତ୍ୱାବଧାନରେ ବୁଗୁଡା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଗାଙ୍ଗପୁର ଥାନା ଆଇଆଇସି ରାଜେଶ କୁମାର ନାୟକ , ବେଲଗୁଣ୍ଠା ଥାନା ଆଇଆଇସି ବନବିହାରି ପ୍ରଧାନ ଓ ବାଲିପଦର ଓଆଇସି ସମୀର କୁମାର ବେହେରାଙ୍କ ସମେତ ପୋଲିସ୍ କର୍ମଚାରି ଏବଂ ଏକ ପ୍ଳାଟୁନ୍ ପୋଲିସ୍ ଫୋର୍ସଙ୍କ ମିଳିତ ଭାବେ ବିଭିନ୍ନ ଗ୍ରାମ ଗୁଡ଼ିକରେ ଫ୍ଳାଗ ମାର୍ଚ୍ଚ କରାଯାଇଥିଲା। ଡ଼ାକବାଜି ଯନ୍ତ୍ର ଦ୍ୱରା ଜନସାଧାରଣଙ୍କୁ ଭୋଟଦାନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଏବଂ କୌଣସି ପ୍ରକାର ଆଇନ ଶୃଙ୍ଖଳା ଭଙ୍ଗ ହେଲେ ସଙ୍ଗେ ସଙ୍ଗେ ପୋଲିସକୁ ଜଣାଇବା ପାଇଁ ନିବେଦନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ