ପୋଲସରା ବନ ବିଭାଗ ପକ୍ଷରୁ ୭୨ ଘନଫୁଟ ଗଣ୍ଡି କାଠ ଜବତ

ପୋଲସରା, (ଅନିଲ କୁମାର ମହାରଣା):ଘୁମୁସର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ପୋଲସରା ବନବିଭାଗକୁ ମିଳିଛି ବଡ ସଫଳତା। ପୋଲସରା ବନାଞ୍ଚଳ ଅନ୍ତର୍ଗତ ବାଲିଛାଇ ଗ୍ରାମର ନଦୀ ହୁଡା ନିକଟରେ ୧୫ ଖଣ୍ଡ ଫାଶୀ କାଠ ଗଣ୍ଡି ଚୋରାଚାଲଣା ହେବା ପାଇଁ ଗଚ୍ଛିତ ଥିବା ବେଳେ ବନ ବିଭାଗ କର୍ମଚାରୀ ଜବତ କରିଛନ୍ତି। କୌଣସି ସୂତ୍ରରୁ ଖବର ପାଇ ପୋଲସରା ସହକାରୀ ବନ ସଂରକ୍ଷକ ସଚିନ୍ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ଡେପୁଟି ରେଞ୍ଜର ନନ୍ଦ କିଶୋର ସିଂ ଙ୍କ ନେତୃତ୍ୱରେ ପୋଲସରା ବନପାଳ ସରସ୍ବତୀ ନାୟକ, ବନରକ୍ଷୀ ସନ୍ତୋଷି ମହାରଣା ଓ ପାରା ଫରେଷ୍ଟ ଷ୍ଟାପ ଘଟଣା ସ୍ଥଳରେ ପହଞ୍ଚିବା ବେଳେ କାଠ ମାଫିଆମାନେ ପଳାଇ ଯାଇଥିଲେ। ବନ ବିଭାଗ କର୍ମଚାରୀ ବୃନ୍ଦ ୧୫ ଖଣ୍ଡ ଫାସି କାଠ ଗଣ୍ଡିକୁ ଜବତ କରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ୧୫ ଖଣ୍ଡ ଫାଶୀ କାଠ ଗଣ୍ଡି ୭୨ ଘନଫୁଟ ହୋଇଥିବା ବେଳେ କାଠର ଅନୁମାନିକ ମୁଲ୍ଯ ୮୦ ହଜାର ଟଙ୍କା ହେବ ବୋଲି ଏସିଏଫ ସଚିନ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ