ରାଜନାପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପୁନଃ ଚାଲୁ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗୀ ପଞ୍ଚାୟତର ରାଜନାପଲ୍ଲୀ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଗେଦଲପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଯୋଗ କରାଯାଇଛି l ଯାହା ଦ୍ୱାରା ରାଜନାପଲ୍ଲୀ ଗ୍ରାମର ଛାତ୍ର ଛାତ୍ରୀ ମାନେ ନାହିଁ ନଥିବା ଅସୁଵିଧାର ସମ୍ମୁଖୀନ ହେଉଛନ୍ତି l ଏନେଇ ମଙ୍ଗଳବାର ରାଜନାପଲ୍ଲୀ ଗ୍ରାମର ବହୁ ଜନ ସାଧାରଣ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ରାଜନାପଲ୍ଲୀ ରୁ ଗେଦଲପଲ୍ଲୀ ଗ୍ରାମକୁ ଯିବା ରାସ୍ତାରେ ଦୁଇ ଗୋଟି ମସାଣି ଥିବା ଯୋଗୁଁ ପିଲା ମାନେ ବିଦ୍ୟାଳୟକୁ ଯିବା ଆସିବା କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେହିପରି ଉକ୍ତ ରାସ୍ତାରେ ବହୁ ହିଂସ୍ର ଜନ୍ତୁ ମାନେ ବୁଲୁ ଥିବାରୁ ଉକ୍ତ ରାସ୍ତା ଦେଇ ବିଦ୍ୟାଳୟକୁ ଯିବା ଆସିବା କରିବା ବିପଦଜନକ ବୋଲି ଗ୍ରାମବାସୀ ମାନେ ଉକ୍ତ ସ୍ମାରକ ପତ୍ର ରେ ଦର୍ଶାଇ ଛନ୍ତି l ଏଣୁ ରାଜନାପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପୁନଃ ଚାଲୁ କରିବା ପାଇଁ ସେମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି l ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ରାଜନାପଲ୍ଲୀ ଗ୍ରାମର ରାମ ଚନ୍ଦ୍ର ପଢିଆରି, ମୋହନ ପଢିଆରି, ଚକ୍ରଧର ପଢିଆରି, ଆଦିକନ୍ଦ ପଢିଆରି, ସିମାଞ୍ଚଳ ପଢିଆରି, ତ୍ରିନାଥ ପଢିଆରି, ଦିଲ୍ଲୀପ କୁମାର ସାହୁ, ରଘୁନାଥ ସାହୁ, ମନୋଜ କୁମାର ମହାନ୍ତି ଙ୍କ ସମେତ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ