ଅଜଣା ଗାଡ଼ି ଧକ୍କାରେ ପରିବା ବ୍ୟବସାୟୀ ଗୁରୁତର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସହର ଉପକଣ୍ଠ ଅନଙ୍ଗପୁର ନିକଟରେ ସୋମବାର ସକାଳ ପ୍ରାୟ ୭ ଟାରେ ଅଜଣା ଗାଡ଼ି ଧକ୍କାରେ ଜଣେ ପରିବା ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି।ଆହାତ ଜଣକ ହେଲେ ବଜାପଲ୍ଲି ଗ୍ରାମର ଡି. କୋରା ଦୋରା। ଡି. କୋରା ତାଙ୍କ ସାଇକେଲ ରେ ପନିପରିବା ବୋଝେଇ କରି ବ୍ୟବସାୟ ପାଇଁ ଦିଗପହଣ୍ଡି ଆସୁଥିବା ବେଳେ ତାଙ୍କୁ ପଛପଟୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯାଇଥିଲା।ଆଖପାଖ ରେ ଥିବା ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।