ପ୍ରଗତି ମହିଳା ସଙ୍ଗଠନ ଏବଂ ୟୁଟେକ୍ କମ୍ପ୍ୟୁଟର ଏଯୁକେସନର ମିଳିତ ଆନୁକୁଲ୍ୟରେ ଜଳଛତ୍ର ଉଦ୍ଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟ କରି ସାଧାରଣଙ୍କ ହିତ ପାଇଁ ପାରଳାଖେମୁଣ୍ଡି ରାଜବାଟି ସମ୍ମୁଖରେ ପ୍ରଗତି ମହିଳା ସଂଗଠନ ଏବଂ ୟୁଟେକ୍ କମ୍ପ୍ୟୁଟର ଏଯୁକେସନ ସେଣ୍ଟରର ମିଳିତ ଆନୁକୂଲ୍ୟରେ ଏକ ଜଳଛତ୍ର ଆରମ୍ଭ କରାଯାଇଛି. ବିଶିଷ୍ଟ ସମାଜସେବୀ ହରିମୋହନ ପଟ୍ଟନାୟକଙ୍କ ଦ୍ବାରା ଏହି ଜଳଛତ୍ର ଉଦ୍ଘାଟିତ ହୋଇଛି। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଡ.ଭାରତୀ ପାଣିଗ୍ରାହୀ, ତନୁଜା ଶତପଥୀ (ସମ୍ପାଦିକା, ପ୍ରଗତି), ବିଚିତ୍ରାନନ୍ଦ ବେବର୍ତ୍ତା, ଲୋକନାଥ ମିଶ୍ର, (ୟୁ.ଟେକ୍, ପରିଚାଳକ) ଲିଙ୍ଗରାଜ ପାଣିଗ୍ରାହୀ, (ହେଲ୍ପ) ଭାଗବତ ପାଢ଼ୀ, ମୁରଲୀଧର ପରିଚ୍ଛା, ମାନସୀ ପଣ୍ଡା, ଶରତ ପ୍ରଧାନ ,ଜସ୍ଵିନ ଶେଖ୍,ପ୍ରଫୁଲ୍ଲ ବେବର୍ତ୍ତା, ମୀନା ଖଡଗରାଇ,କବିତା ସାହୁ ଯୋଗଦାନ କରି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ। ଜଳ ହିଁ ଜୀବନ ଜଳ ସୁରକ୍ଷା ଜୀବନ ରକ୍ଷା ନାରା ମଧ୍ୟ ଦିଆଯାଇ ପଥିକମାନଙ୍କୁ ଥଣ୍ଡା ପାନୀୟ ଜଳ ସହ ଥଣ୍ଡା ଚଲା ପ୍ରଦାନ କରାଯିବା ସହ ଗ୍ରୀଷ୍ମ ପ୍ରବାହରୁ କିପରି ନିଜକୁ ରକ୍ଷା କରିପାରିବେ ସେ ନେଇ ସଚେତନ କରାଯାଉଛି. ଏହି ଜଳ ଛତ୍ର ସେବା ଜୁନ ୧୫/ ୨୦୨୪ ଯାଏଁ ଚାଲୁ ରହିବ ବୋଲି ସୂଚନା ଦିଆ ଯାଇଛି.


