ପ୍ରଦ୍ୟୁମ୍ନ ଶତପଥୀ ଙ୍କ ଗସ୍ତ କାର୍ଯକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଗାମୀ ଏପ୍ରିଲ ୧୫ ତାରିଖ ଅପରାହ୍ନ୫ଘଟିକା ସମୟରେ ଓଡ଼ିଶା ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀ ଙ୍କ ସମେତ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସି ମଣ୍ଡଳର ସଭାପତି ସୀତା ବଲ୍ଲଭ ମହାପାତ୍ର, ଓଡ଼ିଶା ନାଗରିକ ମହମଞ୍ଚ ର ସାଧାରଣ ସମ୍ପାଦକ ଡ଼ଃ ପ୍ରଦୀପ ବିଶ୍ଵାଳ, ଓଡ଼ିଶା ନାଗରିକ ମହମଞ୍ଚ ର ଉପ ସଭାପତି ବିଜୟ ପରିଡା ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଙ୍କ ର ବାଙ୍କୀ ବୈଦେଶ୍ଵର ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାର କାର୍ଯକ୍ରମ ରହିଛି। ବିଦ୍ୟାରତ୍ନ ଙ୍କ ବାସ ଭବନ ରେ ଗସ୍ତ କାର୍ଯକ୍ରମ କୁ ସଫଳ କରିବା ପାଇଁ ଆଜି ବାଙ୍କୀ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ସଭାପତି ସୁନୀଲ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ବୈଦେଶ୍ଵର ସରପଞ୍ଚ ସୁରଞ୍ଜନ ପଣ୍ଡା ସମିତି ସଭ୍ୟ ମହେଶ୍ୱର ମହାପାତ୍ର ପୂର୍ବତନ ସରପଞ୍ଚ କାମଦେବ ମହାପାତ୍ର, କବି ରବି ନାରାୟଣ ମଙ୍ଗରାଜ ଶିକ୍ଷକ ସୁଶାନ୍ତ ଦଳେଇ ପ୍ରେମାନନ୍ଦ ବେହେରା ଚିତ୍ତ ରଞ୍ଜନ ମହାପାତ୍ର ଓ ବିଦ୍ୟାରତ୍ନ ଙ୍କ ନାତି ଅରୁଣ ମିଶ୍ର ଯୋଗ ଦେଇଥିଲେ। ବିଦ୍ୟାରତ୍ନ ଛକରେ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ବାସ ଭବନ ରେ ବିଦ୍ୟାରତ୍ନ ଙ୍କ ସ୍ମୃତି ଚାରଣ ସିଂହ ନାଥ ପୀଠ ଓ ଟି ସେତୁ ପରିଦର୍ଶନ କାର୍ଯକ୍ରମ ରହିଛି ବୋଲି ସଭାପତି ଶ୍ରୀ ମିଶ୍ର ଜଣାଇ ଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ