ସମୁଦ୍ର ଉପକୂଳ ଅଂଚଳ ରେ ମାଛ ଧରିବା ଉପରେ କଟକଣା ଜାରି
ନିମାପଡା, (ସନ୍ତୋଷ ଦାଶ):ପ୍ରତିବର୍ଷ ପରି ଚଳିତ ବର୍ଷ ଏପ୍ରିଲ ୧୫ ତାରିଖ ଠାରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ୨ମାସ ସମୁଦ୍ର ଉପକୂଳ ଅଂଚଳ ରେ ମାଛ ଧରିବା /ମାରିବା ଉପରେ ରାଜ୍ୟ ସରକାର କଟକଣା ଜlରିକରିଛନ୍ତି । ପୁରୀ ଜିଲ୍ଲା ର ପୁରୀ, କୋଣାର୍କ, ଅସ୍ତରଙ୍ଗ ଉପକୂଳ ଅଂଚଳ ରେ ବି ଏହି କଟକଣା ଜାରି କରାଯାଇଛି । ଏହି ସମୟ ରେ ସମୁଦ୍ର ରେ ଜଳ ଜୀବ ମାନଙ୍କ ଜୀବନ ଚକ୍ର ପ୍ରକ୍ରିୟା ଓ ମାଛ ମାନଙ୍କ ସଙ୍ଗମ /ମିଳନ ଋତୁ ଚାଲୁ ଥିବାରୁ ମାଛ ବଂଶ ବୃଦ୍ଧି ପାଇଁ ସରକାର ଆଜକୁ ଦୀର୍ଘ ବର୍ଷ ହେବ ଏହି କଟକଣା ଲଗାଇ ଆସୁଛନ୍ତି ବୋଲି କହିଛନ୍ତି ମସ୍ଚ୍ୟ ବିଶେଷଜ୍ଞ ପ୍ରକାଶ କୁମାର ତ୍ରିପାଠୀ ।ତେବେ ଏହି ସମୟରେ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେଉଥିବା ମତ୍ସଜୀବି ମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ନିୟମ ରହିଥିବାବେଳେ ଏହାକୁ ମତ୍ସ୍ୟ ବିଭାଗ ଠିକ ଭାବେ କାର୍ଯ୍ୟକାରୀ କରୁନଥିବା ବହୁ ମତ୍ସ୍ୟଜୀବୀ ଅଭିଯୋଗ କରୁଛନ୍ତି ।ଏଦିଗରେ ସରକାର ଦୃଷ୍ଟି ଦେବାକୁ ପୂର୍ବତନ ସରପଞ୍ଚ ସଞ୍ଜୟ ପାତ୍ର ଦାବି କରିଛନ୍ତି ।


