ବାଲେଶ୍ୱର ୩୮ ନଂ ଜୋନ ରେ କଂଗ୍ରେସ କର୍ମୀ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଶୁକ୍ରବାର ଜାତୀୟ କଂଗ୍ରେସ ତରଫରୁ ରେମୁଣା ବ୍ଲକ,ରେମୁଣା ନିର୍ବାଚନ ମଣ୍ଡଳୀ ଶ୍ରୀଜଙ୍ଗ ଠାରେ ଏକ କର୍ମୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏହି ବୈଠକକୁ ରେମୁଣା ବ୍ଲକ ସଭାପତି ତରୁଣ ଦାସ ସଭାପତିତ୍ୱ କରିଥିଲେ।ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି ତାଙ୍କ ବକ୍ତବ୍ୟ ରେ କେମିତି ବିଜେପି ସରକାର ନରେନ୍ଦ୍ର ମୋଦି ଓ ବିଜେଡି ସରକାର ନବୀନ ପଟ୍ଟନାୟକ କିଭଳି ଭାବେ ଦେଶ ରାଜ୍ୟ କୁ ବର୍ବାତ କରିବା ସହ ଗରିବ ଖଟିଖିଆ,ସାଧାରଣ ଲୋକଙ୍କ ସ୍ବାଧୀନତା କୁ କୁଠାରଘାତ କରୁଛନ୍ତି ତା ଉପରେ ଚିନ୍ତା କରିବାର ଆବଶ୍ୟକତା ଅଛି ବୋଲି କର୍ମୀ ମାନଙ୍କୁ କହିଥିଲେ।ଏବଂ ଯଦି ରେମୁଣା ବିଧାନ ସଭା ପାଇଁ ସୁଦର୍ଶନ ଜେନା ଙ୍କୁ ଓ ବାଲେଶ୍ୱର ସାଂସଦ ପାଇଁ ଶ୍ରୀକାନ୍ତ ଜେନାଙ୍କୁ ଜିତାଇବା ପାଇଁ ଚାହାନ୍ତି ତାହେଲେ କେବଳ ବିଜେଡି ଓ ବିଜେପି ଙ୍କୁ ପ୍ରଶ୍ନ କରନ୍ତୁ।ଏବଂ ପ୍ରତ୍ୟେକ ଲୋକ ମାନଙ୍କ ପାଖରେ ଶ୍ରୀକାନ୍ତ ଜେନାଙ୍କ ବାଲେଶ୍ୱର ବିକାଶ ର ଅତୁଳନୀୟ କାର୍ଯ୍ୟର ଶୁଚି କୁ ପହଞ୍ଚାନ୍ତୁ।ସେହିଭଳି ବିଧାୟକ ପ୍ରାର୍ଥୀ ସୁଦର୍ଶନ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ କି ୨୦୦୯ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଶ୍ରୀକାନ୍ତ ଜେନା ସାଂସଦ ଓ ମୁଁ ବିଧାୟକ,ଏହି ସମୟରେ ଯେଭଳି ଭାବେ ବାଲେଶ୍ୱର ବିଶେଷ ଭାବେ ରେମୁଣା ଅଞ୍ଚଳ ର ଅତୁଳନୀୟ ଉନ୍ନତି ହୋଇ ଥିଲା,ତାହା କେବେ ହୋଇ ନଥିଲା କି ହୋଇ ନାହିଁ।ଆଉଥରେ ସୁଯୋଗ ଆସିଛି।ତେଣୁ ଏ ସୁଯୋଗ କୁ ହାତଛଡା କରନ୍ତୁ ନାହିଁ ,ଦେଶ ରାଜ୍ୟ ଓ ସମାଜ କୁ ବଞ୍ଚାଇବା ପାଇଁ ଆପଣ ମାନେ ସବୁ କିଛି ଭୁଲି କଂଗ୍ରେସ ଯୋଜନା ରାଷ୍ଟ୍ରୀୟ ସଭାପତି ମାଲିକାଅର୍ଜୁନ ଖଡ଼ଗେ,ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ କର୍ମୀ ମାନଙ୍କୁ ନିବେଦନ କରିଥିଲେ।ଏହି ବୈଠକରେ ଯେହେତୁ ଶ୍ରୀଜଙ୍ଗ ସ୍ବାଧୀନତା ସଂଗ୍ରାମ ର ଶ୍ରୀକ୍ଷେତ୍ର ତେଣୁ ଏହି ଶ୍ରୀଜଙ୍ଗ ଗ୍ରାମ ପଞ୍ଚାୟତ କୁ ମଦ ମୁକ୍ତ ଗ୍ରାମ ପଞ୍ଚାୟତ ସରକାର ଘୋଷଣା କରନ୍ତୁ ବୋଲି ଏହି ବୈଠକରେ ଏକ ଗୁରୁତ୍ୱ ପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଥିଲା।ଅନ୍ୟମାନଙ୍କ ମଧ୍ୟରେ ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଶ୍ରୀକାନ୍ତ ଜେନାଙ୍କ ପ୍ରତିନିଧି ଅକ୍ଷୟ ମଲ୍ଲିକ,୩୮ ନଂ ଜୋନ ସଭାପତି ପ୍ରଦୀପ ଦାସ,ଜିଲ୍ଲା ଗଣମାଧ୍ୟମ ଯୋଗା ଯୋଗ ବିଭାଗ ଅଧ୍ୟକ୍ଷ ବିକାଶ କୁମାର ଦାସ,ନୂଆପୁର ସରପଞ୍ଚ ଅଟଳ ବିହାରୀ ରାଉତ,ବାସନ୍ତୀ ସାମଲ,କହ୍ନେଇ ପ୍ରଧାନ,ରାମନାରାୟଣ ସଠାପଥୀ,ହିମାଂଶୁ ଦାସ,ନିରଞ୍ଜନ ବେହେରା,ସମୀୟ ମହାକୁଡ଼,ସୁବ୍ରତ ବାରିକ ଯୁଗଳ ମୋହଲ ପ୍ରମୁଖ ଉପସ୍ଥିତ ଥିଲେ,ବୈଠକ ଶେଷ ସମୟରେ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ପହଞ୍ଚି କର୍ମୀ ମାନଙ୍କ ବିଶେଷ ଭାବେ ମହିଳା କର୍ମୀ ମାନଙ୍କ ସହ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ।ଶେଷରେ ରାଜେନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ