ବିଜେଡି ପକ୍ଷରୁ ଏନଏସି ସ୍ତରୀୟ ସାଂଗଠନିକ ବୈଠକ

ପୋଲସରା , ( ଅନିଲ କୁମାର ମହାରଣା ) : ଗଞ୍ଜାମ ଜିଲ୍ଲାର ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ପୋଲସରା ଏନଏସି ସ୍ତରୀୟ ବିଜୁ ଜନତା ଦଳର ସାଂଗଠନିକ ବୈଠକ ଏପ୍ରିଲ ୨୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ନଗର ବିଜେଡି ସଭାପତି ରଞ୍ଜିତ କୁମାର ସାହୁ ଏହି ସାଂଗଠନିକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପୋଲସରା ବିଧାୟକ ତଥା ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଓ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀନୀ ଡକ୍ଟର ରଞ୍ଜିତା ସାହୁ ଯୋଗଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ବିଭିନ୍ନ ଜନାହିତକାରୀ ଯୋଜନା ଓ ଏନଏସିର ଉନ୍ନୟନ ମୂଳକ କାର୍ଯ୍ୟକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ, ବିଜୁ ଜନତା ଦଳ ପାଇଁ ସମସ୍ତେ ଭୋଟ ଭିକ୍ଷା କରିବାକୁ ସାଂସଦ ପ୍ରାର୍ଥୀନୀ ସୁଶ୍ରୀ ସାହୁ ଓ ବିଧାୟକ ପ୍ରାର୍ଥୀ ଶ୍ରୀ ସାହୁ ଅନୁରୋଧ କରିଥିଲେ। ଉଭୟ ସାଂସଦ ପ୍ରାର୍ଥୀନୀ ଓ ବିଧାୟକ ପ୍ରାର୍ଥୀ ଦ୍ବୟ ଗତ ପୌର ନିର୍ବାଚନ ଅପେକ୍ଷା ଯେପରି ଆହୁରି ବହୁ ଭୋଟ ପାଇପାରିବେ ସେଥିପାଇଁ ସମସ୍ତେ ଆନ୍ତରିକ ଉଦ୍ୟମ କରିବା ପାଇଁ ପ୍ରତିଜ୍ଞା ବଦ୍ଧ ହୋଇଥିଲେ। ଏହି ସାଂଗଠନିକ ବୈଠକରେ ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ, ଭଗବାନ ସାହୁ, ମୋତିରାମ ସାହୁଙ୍କ ସମେତ ସମସ୍ତ ବିଜେଡି କାଉନସିଲର ବୃନ୍ଦ, ନଗର ବୁଜୁ ଜନତା ଦଳର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ