ନିର୍ବାଚନ କାର୍ଯ୍ୟରେ ଅସହଯୋଗ ପଡିଲା ମହଙ୍ଗା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ପ୍ରସାଶନଙ୍କ ସୂତ୍ରରୁ ପ୍ରକାଶ ଯେ, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାକୁ ଥ‌ିବା ଯାନବାହାନ ଅଧ‌ିଗ୍ରହଣ ପ୍ରକ୍ରିୟାରେ ଅସହଯୋଗ କରିଥିବା ୧୦ ଜଣ ଗାଡି ମାଲିକଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଗାଡିକୁ ହାଜିର ନ କରି ଥ‌ିବାରୁ କାରଣ ଦର୍ଶାଅ ନୋଟିଶ ଜାରି କରାଯାଇଅଛି ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଗାଡି ସହିତ ହାଜର ହେବ ପାଇଁ ନିର୍ଦେଶ ଦିଆଯାଇଅଛି।ପ୍ରକାଶ ଯେ, ନିର୍ଧାରିତ ସମୟରେ କାରଣ ଦର୍ଶାଅ ନ ଦାଖଲ କଲେ ଜନ ପ୍ରତିନିଧ୍ ଆଇନ ୧୯୫୧ର ଧାରା ୧୬୭ ପ୍ରକାରେ ଦଣ୍ଡ ବିଧାନର ବ୍ୟବସ୍ଥା ରହିଅଛି । ଏଥ‌ିରେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଅଛି । ଏହି କାରଣ ଦର୍ଶାଅ ନୋଟିସ ପାଇଁ ଗାଡି ମାଲିକ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇ ଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧ୍ୟାକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ ଯେ, କୌଣସି ବ୍ୟକ୍ତି ଯେ କି ନିର୍ବାଚନ କାର୍ଯ୍ୟରେ ଅସହଯୋଗ କରିବେ, ତାହା ବରଦାସ୍ତ କରାଯିବ ନାହିଁ ଏବଂ ଉପଯୁକ୍ତ ଦଣ୍ଡ ବିଧାନ ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ