ଶିକ୍ଷକ ଥାଇ ସମାଜସେବାରେ ନିୟୋଜିତ ଥିଲେ ରବି ନାରାୟଣ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ନିମପଲ୍ଲୀ ଗ୍ରାମର ଯୁବ ସମାଜସେବୀ ତଥା ପଧାନପଡାସ୍ଥିତ ବନ ବିହାରୀ ନୋଡାଲ ଉପ୍ରା ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ସ୍ୱର୍ଗତ ରବି ନାରାୟଣ ଜେନାଙ୍କ ଏକାଦଶାହ ଅବସରରେ ନିମପଲ୍ଲୀ ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ କାରାଧିକାରୀ ବାବାଜି ଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିପିଆଇ ଜୋନ୍ ସଂପାଦକ ରମେଶ ଜେନା, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ସମାଜସେବୀ ସେକ୍ ଜଲାଲଉଦ୍ଦୀନ, ସିପିଆଇର ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଭାସ୍କର ଚନ୍ଦ୍ର ବେହେରା, ସୁବାଷ ବେହେରା, ଅବସରପ୍ରାପ୍ତ ଅଧ୍ୟାପକ ପ୍ରଭାସ ମହାପାତ୍ର, ଅଧ୍ୟାପକ ମହେଶ୍ୱର ମଲ୍ଲିକ, ଆଇନଜୀବି ପ୍ରତାପ ସେଠୀ, ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀ, ଅଜୟ କୁମାର ପୃଷ୍ଟି, ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମ ସୁନ୍ଦର ଦାସ, ନିଳୋକ ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ଶିକ୍ଷକ କମଳାକାନ୍ତ ଦାସ, ସମାଜସେବୀ ପଦ୍ମନାଭ ଦାସ, ମଥୁରୀ ଜେନା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଜେନା ଶିକ୍ଷକ ଥାଇ ସମାଜସେବାରେ ନିୟୋଜିତ ଥିଲେ । ତାଙ୍କ ପିତା ପୂର୍ବତନ ବିଧାୟକ ସ୍ୱର୍ଗତ ଚିନ୍ତାମଣି ଜେନାଙ୍କ ସାମ୍ୟବାଦୀ ନୀତି ଆଦର୍ଶକୁ ପାଥେୟ କରି ସେ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିଲେ । ୧୯୮୯ ମସିହାରୁ ଅଖିଳ ଭାରତ ଛାତ୍ର ସଂଘରେ କାର୍ଯ୍ୟ କରିବା ସହିତ ନିଳୋକ, ପଧାନପଡା, ବନ୍ତ ପଞ୍ଚାୟତର ଲୋକ ମାନଙ୍କର ସୁଖଦୁଃଖର ସାଥୀ ଥିଲେ ବୋଲି କହିଥିଲେ । ସୁକାନ୍ତ କୁମାର ଜେନା, ଉଦୟନାଥ ବାରିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱର୍ଗତ ଜେନାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।


