ମୋଦି ସରକାରଙ୍କ ବିଭିନ୍ନ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ମାନସଙ୍କ ଆହ୍ୱାନ

ବାଲେଶ୍ୱର, (ସରୋଜ ପଣ୍ଡା):ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପାଇଁ ନିର୍ବାଚନୀ ବିଗୁଲ ବାଜିବା ପରେ ସଦର ବିଜେପି ପକ୍ଷରୁ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟ ଜୋରସୋରରେ ଚାଲୁଅଛି । ଆଜି ବାଲେଶ୍ୱର ସହରର ଆତିଥ୍ୟ ଭବନରେ ବିଜେପି ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ‘ଯୁବ ସମ୍ପର୍କ ଓ ସୋସିଆଲ ମିଡିଆ କର୍ମଶାଳା’ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ସାମୂହିକ ବନ୍ଦେ ମାତରମ ଗାନ କରାଯିବା ସହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଆଜିର ଦିନରେ ସାମାଜିକ ଗଣମାଧ୍ୟମ ସମସ୍ତେ ବ୍ୟବହାର କରୁଛନ୍ତି । ନିର୍ବାଚନରେ ସୋସିଆଲ ମିଡିଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ନିର୍ବାହନ କରୁଥିବା ପ୍ରତ୍ୟେକ ଜଣ ଜଣେ ଜଣେ ଯୋଦ୍ଧା ବୋଲି ଶ୍ରୀ ଦତ୍ତ ମତବ୍ୟକ୍ତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀ ଦତ୍ତ ଯୁବକ ମାନଙ୍କୁ ବିଭିନ୍ନ ପରାମର୍ଶ ଦେବା ସହିତ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ସୋସିଆଲ ମିଡିଆ ମାଧ୍ୟମରେ ଅଧିକରୁ ଅଧିକ ତ୍ୱରାନ୍ୱିତ କରିବା ସହ ମୋଦୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଲେ । ଏଥିସହ ଉପସ୍ଥିତ ବକ୍ତାଗଣ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର ଉପରେ ସୂଚନା ପ୍ରଦାନ କରିଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଜଳ ଜୀବନ ମିଶନରେ ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାଣି, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ, ଜନଧନରେ ଟଙ୍କା ଭଳି ଅନେକ ଯୋଜନା ମୋଦି ସରକାର ପ୍ରଣୟନ କରିଛନ୍ତି । ସମସ୍ତ ଯୋଜନାକୁ କିପରି ଲୋକଙ୍କ ପାଖରେ ପହଞ୍ଚିବ ଏହାର ଏହାର ଦାୟିତ୍ୱ ସୋସିଆଲ ମିଡିଆର ବନ୍ଧୁ ମାନେ ଦାୟିତ୍ୱ ନେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଆଗାମୀ ଦିନରେ ସୋସିଆଲ ମିଡିଆର ଯୋଦ୍ଧାଙ୍କ ଅଗାଢ ପରିଶ୍ରମରେ ହିଁ ବାଲେଶ୍ୱର ସଦରରେ ବିଜୟର ବାନା ଉଡିବ ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀ ଦତ୍ତ ମତପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ନଗର ଯୁବମୋର୍ଚ୍ଚା ସଭାପତି ଧୀରଜ ମହାନ୍ତି ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ବିକାଶ ପାଢୀ, ସୌଭାଗ୍ୟ ମାନସ ନାୟକ, ମନ୍ମୟ ଦାସ, ପବନ କମିଳା, ଉମେଶ ବେହେରା, ଜିତେନ୍ଦ୍ର ପରମାଣିକ, ଅବିନାଶ ସେଠୀ, ତପନ ବେହେରା, ଚନ୍ଦନ ଦାସ, ବିଜୟ ପୃଷ୍ଟି, ଅଭିଜିତ ଭୂୟାଁ, ରାକେଶ ପାଢୀ, ସସ୍ମିତା ଶୁକ୍ଳା, ଶ୍ରୀୟା ଦାସ, ଅପରାଜିତା ସେଣ, ସଞ୍ଜୟ ବାରିକ, ପ୍ରହଲ୍ଲାଦ ଦାସ, ପବନ ସିଂହ, ପ୍ରିୟଙ୍କ କୋଟେଜା, ଜଳେନ୍ଦ୍ର ସେଠୀ, ଶକ୍ତି ପାଣିଗ୍ରାହୀ, ପ୍ରତାପ ପ୍ରଧାନ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ସୀତାକାନ୍ତ ସ୍ୱାଇଁ, ଗୌରାଙ୍ଗ ଦାସ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ସତ୍ୟଶିବ ସୁନ୍ଦର ଦାଶ, ସସ୍ମିତା ନାଥ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ରାଜେନ୍ଦ୍ର ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ