ବାଲେଶ୍ୱର ଆଇନ୍ ମହାବିଦ୍ୟାଳୟ ଅଗ୍ରଣୀ ପୁରାତନ ଛାତ୍ର ସଂସଦ ତରଫରୁ ମଧୁବାବୁଙ୍କ ଜନ୍ମଜୟନ୍ତି ପାଳନ
ବାଲେଶ୍ୱର, (ସରୋଜ ପଣ୍ଡା):ଅଦ୍ୟ ଅପରାହ୍ନ ଘ୪ଟିକା ସମୟରେ ଗାନ୍ଧୀସ୍ମୃତି ଭବନ ପାଖ ପରମ୍ପରା କାର୍ଯ୍ୟାଳୟ ପ୍ରାଙ୍ଗଣରେ ବାଲେଶ୍ୱର ଆଇନ୍ ମହାବିଦ୍ୟାଳୟ ଅଗ୍ରଣୀ ପୁରାତନ ଛାତ୍ରସଂସଦ ତରଫରୁ ମଧୁବାବୁଙ୍କ ୧୭୭ତମ ଜନ୍ମଜୟନ୍ତୀ ପାଳନ କରାଯାଇଛି । ଉତ୍କଳଗୌରବ ମଧୁବାବୁଙ୍କ ଜୀବନକାହାଣୀ ସଂପର୍କରେ ମୁଖ୍ୟଅତିଥି କବି ପ୍ରଶାନ୍ତ ଦାସ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଇନଜୀବୀ ପ୍ରତାପ ଚନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଇନଜୀବୀ ତଥା ବାଲେଶ୍ୱର ବାର ଆସୋସିଏସନ୍ର ନିର୍ବାଚିତ ସଭ୍ୟ ଶ୍ରୀ ଦିଗାମ୍ବର ମିଶ୍ର ତାଙ୍କ ବକ୍ତବ୍ୟରେ ମଧୁବାବୁ କିପରି ଆଧୁନିକ ଓଡ଼ିଶାର ବିନ୍ଧାଣୀ ସେ ବିଷୟରେ ମାର୍ଗଦର୍ଶନ କରିଥିଲେ । ଆଇନଜୀବୀ ଶ୍ରୀ ପ୍ରବୀର କୁମାର ଦାସ, ସୁଶ୍ରୀ ଲିଲା ଭଟ୍ଟାଚାର୍ଯ୍ୟ, ଶୁଭକାନ୍ତ ଦାସ, ଅସିତ କୁମାର ପ୍ରଧାନ ପ୍ରମୁଖ ମଧୁବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଇନ ବିଦ୍ୟାଳୟର ପୁରାତନ ଛାତ୍ରମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ ।


