ବାଲେଶ୍ୱର କଂଗ୍ରେସ ର ବିଶାଳ ନିର୍ବାଚନୀ ସଭା

ବାଲେଶ୍ୱର, (ସରୋଜ ପଣ୍ଡା):ରବିବାର ସନ୍ଧ୍ୟାରେ ରେମୁଣା ନିର୍ବାଚନ ମଣ୍ଡଳୀ କୁରୁଡ଼ା ଯାତ୍ରା ପଡ଼ିଆ ଠାରେ ଏକ ବିଶାଳ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇ ଯାଇଅଛି।ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ପ୍ରଥମେ କୁରୁଡ଼ା ଛକରେ ଥିବା ପୂର୍ବତ୍ତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ପ୍ରତମୁର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାସ୍ଥକ ରେ ପହଞ୍ଚି ଥିଲେ।ଆଜି ଉତ୍କଳ ମଣି ମଧୁସୂଦନ ଦାସ ଙ୍କ ଜନ୍ମ ଦିନ ହୋଇ ଥିବାରୁ ପ୍ରଥମେ ସାଂସଦ ପ୍ରାର୍ଥୀ ପୂର୍ବତ୍ତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ରେମୁଣା ବିଧାୟକ ପ୍ରାର୍ଥୀ ସୁଦର୍ଶନ ଜେନା ଓ ଅନ୍ୟ ନେତୃ ବୃନ୍ଦ ମାନେ ମଧୁସୂଦନ ଦାସ ଙ୍କ ଫୋଟ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳି ଦେବା ପରେ ସଭାକୁ ସଭାପତିତ୍ୱ କରି ବାଲେଶ୍ୱର ଜିଲ୍ଲା ସଭାପତି ସଞ୍ଜୀବ ଗିରି କହିଥିଲେ କି ଆପଣ ମାନେ ସ୍ଥିର କରନ୍ତୁ ଆପଣ ମାନେ ସମ୍ବିଧାନ କୁ ବଞ୍ଚାଇବା ପାଇଁ ଚାହୁଁଛନ୍ତି ନା ପୁଣି ସେହି ପରାଧୀନ ର ସ୍ୱାଦ ଚାଖିବାକୁ ଚାହୁଁଛନ୍ତି?ବାଲେଶ୍ୱର ର ବିକାଶ ଚାହୁଁଛନ୍ତି ନା ବାଲେଶ୍ୱର ର ବିନାଶ ଚାହୁଁଛନ୍ତି?ଯଦି ଆପଣ ମାନେ ସମ୍ବିଧାନ କୁ ବଞ୍ଚାଇବା ପାଇଁ ଚାହୁଁଛନ୍ତି,ବାଲେଶ୍ୱର ର ବିକାଶ ଚାହୁଁଛନ୍ତି ତାହେଲେ ଦରକାର ନାହିଁ ନାନୀ ଦରକାର ନାହିଁ ନନା ବାଲେଶ୍ୱର ବାସୀ ଙ୍କୁ ଦରକାର ଶ୍ରୀକାନ୍ତ ଜେନା।ସେହି ଭଳି ରେମୁଣା ବିଧାୟକ ପ୍ରାର୍ଥୀ ସୁଦର୍ଶନ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ ୨୦୦୯ ରୁ ୨୦୧୪ ମସିହା ଯାଏଁ ବାଲେଶ୍ୱର ର ସାଂସଦ ଶ୍ରୀକାନ୍ତ ଭାଇ ଓ ମୁଁ ରେମୁଣାର ବିଧାୟକ ସେହି ସମୟର ବାଲେଶ୍ୱର ର ବିଶେଷ ଭାବେ ରେମୁଣା ଅଞ୍ଚଳ ର ବିକାଶ ଅତୁଳନୀୟ।ଶେଷରେ ବାଲେଶ୍ୱର ସାଂସଦ ପ୍ରାର୍ଥୀ ପୂର୍ବତ୍ତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ ୨୦୧୪ ମସିହା ପରେ ଦୁଇ ଜଣ ସାଂସଦ ବାଲେଶ୍ୱରରୁ ସଂସଦକୁ ଯାଇଛନ୍ତି ବାଲେଶ୍ଵରର ବିକାଶ ରେ ସେମାନଙ୍କର ଭିମିକା କଣ? ବାସ ଦୁଇଟି ଅଖା ବ୍ୟାଗ ଓ ୧୦୦୦ ଟଙ୍କା।ଯଦି କିଛି ବାଲେଶ୍ଵରର ବିକାଶ କରିଛନ୍ତି ତାହେଲେ ଆସନ୍ତୁ ଖୋଲା ବିତର୍କ କୁ ସେମାନେ କହିବେ ମୁଁ କହିବି ଆପଣ ମାନେ ବିଚାର କରିବେ।ଆମ ସରକାର ଥିବା ବେଳେ ଦେଶର ପ୍ରଥମ ଜିଲ୍ଲା ବାଲେଶ୍ୱର ଜିଲ୍ଲାକୁ ନାବାଡ଼ ଚାଷୀ ଓ ଚାଷ ର ଉନ୍ନତି ପାଇଁ ୧୦୦୦ କୋଟି ଟଙ୍କା ଦେଇ ଥିଲେ କୁଆଡେ ଗଲା ସେ ୧୦୦୦ କୋଟି ଟଙ୍କା? ସେହିଭଳି ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଥିଲେ ଆପଣ ମହିଳା ଙ୍କ ପାଇଁ ବହୁତ ଦରଦ ଦେଖାଉ ଛନ୍ତି।ଆପଣ ଆଉ ପାରୁ ନାହାନ୍ତି ବୋଲି ଜଣକୁ ବେଆଇନ ଏକ ବିଭାଗ ର ମୁଖ୍ୟ କରି କାମ ଚଳାଉ ଛନ୍ତି ,କାହିଁକି ଆପଣ ଇସ୍ତଫା ଦେଇ ଏକ ମହିଳା ଙ୍କୁ ମୁଖ୍ୟମନ୍ତ୍ରୀ ବନାଉ ନାହାନ୍ତି।ଶ୍ରୀ ଜେନା କହିଥିଲେ ମୁଁ କାହାରି ସାଙ୍ଗରେ ଲଢୁ ନାହିଁ ,ଆପଣ ମାନେ ନିଜ ସପକ୍ଷରେ ଲଢୁ ଛନ୍ତି।୨୦୨୪ ନିର୍ବାଚନ ଲଫାପା ବିରୁଦ୍ଧରେ ଲଢେଇ ହେବ।ସେହିପରି ଶ୍ରୀ ଜେନା କହିଥିଲେ ଯଦି ଆମ କାମର ହିସାବ ଦେବୁ କାଗଜ କଲମ କମ ପଡିଯିବ।ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟଶିଵ ଦାସ,ଅକ୍ଷୟ ଆଚାର୍ଯ୍ୟ,ବିକାଶ ଦାସ,ରଞ୍ଜନ ଦାସ, ତରୁଣ ଦାସ,ଗଣେଷ ପଣ୍ଡା,ସୁଧାଂଶୁ ଜେନା,ଜ୍ୟୋତ୍ସ୍ନା ସେନାପତି,ଅକ୍ଷୟ ମଲ୍ଲିକ,ତୁଷାର ତପସ୍ୱୀ,ଅଜ଼ଗର ଅଲ୍ଲୀ, କୁମୁଦୁନି ଦାଶ,କହ୍ନେଇ ବେହେରା,ନିସିତ ବାରିକ,ମନରଞ୍ଜନ ପଣ୍ଡା,ଅନିରୁଦ୍ଧ ସେନାପତି,ରାମନାରାୟନ ଶତପଥୀ,ଉର୍ମିଳା ମାଝୀ,ସରୋଜ ଲେଙ୍କା,ନିରଞ୍ଜନ ବେହେରା,ମୋନଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ