ଛତ୍ରପୁରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସରଗରମ ନିର୍ବାଚନ ପ୍ରଚାର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁରରେ ଭିକେ ପାଣ୍ଡିଆନଙ୍କଜୋରଦାର ପ୍ରଚାର । ବୁଧବାର ଗଞ୍ଜାମର ଛତ୍ରପୁର ଗସ୍ତ କରି ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ଛତ୍ରପୁର ବିଜେଡି ବିଧାୟକ ପ୍ରାର୍ଥୀ ସୁବାସ ବେହେରାଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ ବିଜେଡି ନେତା ଭିକେ ପାଣ୍ଡିଆନ୍ । ଜୟ ଜଗନ୍ନାଥ ଏବଂ ଜୟ ମା ତାରା ତାରିଣୀ କହି ସେ ନିଜର ଅଭିଭାଷଣ ଆରମ୍ଭ କରିବା ସହିତ ଗଞ୍ଜାମ ଜିଲ୍ଲା ସହିତ ତାଙ୍କର ସମ୍ପର୍କ ବହୁ ପୁରୁଣା ବୋଲି ସେ କହିଥିଲେ । ସ୍ଥାନୀୟ ଷ୍ଟାଡିଅମ ପରିସର ରେ ଆୟୋଜିତ ନିର୍ବାଚନ ସଭା ରେ ସେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର୍ କରି ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଛନ୍ତି। ବିରୋଧୀ ଦଳଙ୍କୁ ଶାଣିତ ଆକ୍ରମଣ କରି ସେ କହିଲେ ଯେ, ଠକମାନଙ୍କ ସ୍ଥାନ ଜେଲରେ। ଗଞ୍ଜାମବାସୀ କେବେ ଭୁଲ କରିବେ ନାହିଁ, ଠକ ମାନଙ୍କୁ ସଂସଦ ପଠାଇବେ ନାହିଁ।ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ ପ୍ରଚାର ଉପରେ ଆକ୍ରମଣ କରି ସେ କହିଲେ ଯେ ଥରେ କ୍ଷମତାକୁ ଆସିଲେ ଡବଲ ଇଞ୍ଜିନ ରାଜ୍ୟକୁ ୨୦ ବର୍ଷ ପଛକୁ ନେଇଯିବ । ଉଦାହରଣ ଦେଇ ସେ କହିଲେ ଯେ, ହିମାଚଳରେ ଡବଲ ଇଞ୍ଜିନ ବନ୍ଦ ହେଇଗଲାଣି । ଛତିଶଗଡ଼ ଓ ରାଜସ୍ଥାନରେ ଏପଟ ସେପଟ ହେଉଛି । ଡବଲ ଇଞ୍ଜିନ ଯଦି ଏତେ ଷ୍ଟ୍ରଙ୍ଗ, ତେବେ ବାରମ୍ବାର ଯାଉଛି ଆସୁଛି କାହିଁକି? ସ୍ଥିର ସରକାର ନାହିଁ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ।ସେ ପୁଣି କହିଲେ ଯେ, ଡବଲ ଇଞ୍ଜିନ ସରକାରରେ ଦୈନିକ ମଜୁରି ମାତ୍ର ୩୦୦ ଟଙ୍କାରୁ ସାମାନ୍ୟ ଅଧିକ, କିନ୍ତୁ ନବୀନ ଇଂଜିନରେ ଏହା ୪୫୦ ଟଙ୍କା। ଡବଲ ଇଞ୍ଜିନ ସରକାରରେ ଭତ୍ତା ମାତ୍ର ୩୦୦ ଟଙ୍କା, ନବୀନ ଇଞ୍ଜିନ ସରକାରରେ ଭତ୍ତା ୧୦୦୦ ଟଙ୍କା ବୋଲି ସେ କହିଥିଲେ।ଆୟୁଷ୍ମାନ ଭାରତ ପ୍ରସଙ୍ଗ ଉଠାଇ ସେ କହିଲେ ଯେ, ଆୟୁଷ୍ମାନ ଭାରତର ଜୋରଦାର ପ୍ରଚାର କରାଯାଉଛି। କିନ୍ତୁ ସତ କଣ ଲୋକେ ଜାଣନ୍ତୁ ବୋଲି ପାଣ୍ଡିଆନ କହିଥିଲେ।ସାରା ଦେଶ ପାଇଁ ଆୟୁଷ୍ମାନ ଭାରତରେ ବଜେଟ ହେଉଛି ୬୦୦୦ କୋଟି ଟଙ୍କା। ଓଡ଼ିଶା ଭାଗରେ ମାତ୍ର ୩୦୦ କୋଟି ଟଙ୍କା । କିନ୍ତୁ, ବିଏସକେୱ।ଇରେ ବର୍ଷକୁ ଖର୍ଚ୍ଚ ହେଉଛି ୫୦୦୦ କୋଟି ଟଙ୍କା। ଗରିବର ସ୍ବାସ୍ଥ୍ୟ ଚିନ୍ତା ଓଡ଼ିଶାରେ ନାହିଁ। ସେ ପୁଣି କହିଲେ ଯେ ଡବଲ ଇଞ୍ଜିନ କଥା ଆପଣ କେବଳ ନିର୍ବାଚନ ସମୟରେ ଶୁଣିବେ, ତା ପରେ ତାଙ୍କର ଦେଖା ନ ଥିବ । ଡବଲ ଇଞ୍ଜିନ ହେଉଛି ଭୋଟ୍ ଇଞ୍ଜିନ। ବାକି ସବୁ ସମୟରେ ନବୀନ ଇଞ୍ଜିନ ଲୋକଙ୍କ ସାଥିରେ, ଦୁଃଖ ସୁଖ ସବୁଥିରେ ରହିଛି ଓ ରହିଥିବ । ନବୀନ ଇଞ୍ଜିନ ହେଉଛି ସ୍ଵଚ୍ଛତାର ଇଞ୍ଜିନ । ଲୋକଙ୍କ ପାଇଁ କାମ କରିବାର ଇଞ୍ଜିନ, ସେବାର ଇଞ୍ଜିନ ବୋଲି ପାଣ୍ଡିଆନ କହିଥିଲେ।ଗଞ୍ଜାମରେ ତାଙ୍କର କର୍ମମୟ ଜୀବନର ସମୟକୁ ମନେ ପକାଇ ସେ ଭାବ ପ୍ରବଣ ହୋଇ ପଡ଼ିଥିଲେ।ଗଞ୍ଜାମବାସୀ ବିଶେଷ କରି ଛତ୍ରପୁର ବାସୀଙ୍କ ସ୍ନେହ ଶ୍ରଦ୍ଧା ସେ କେବେ ଭୁଲି ପାରିବେ ନାହିଁ ବୋଲି ପାଣ୍ଡିଆନ କହିଥିଲେ । ଛତ୍ରପୁରବାସୀ ତାଙ୍କୁ ପରିବାର ସଦସ୍ୟଙ୍କ ଭଳି ଦେଖନ୍ତି ବୋଲି ସେ କହିଥିଲେ।ସେ କହିଥିଲେ ଯେ, ତାଙ୍କ ଝିଅର ଜନ୍ମ ମାଟି ହେଉଛି ଛତ୍ରପୁର । ମା’ ତାରାତାରିଣୀଙ୍କ ଆଶୀର୍ବାଦରୁ ସେ ଜନ୍ମ ହୋଇଛି ଏବଂ ଝିଅ ର ନାମ ତାରା ରଖିଛନ୍ତି ବୋଲି ପାଣ୍ଡିଆନ କହିଥିଲେ।ମୁଖ୍ୟମନ୍ତ୍ରୀ ଆମକୁ କାମର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି,ତାଙ୍କ ନିର୍ଦ୍ଦେଶରେ ସେ ହିସାବ ଦେଉଛି ବୋଲି କହି ଛତ୍ରପୁରରେ ୪୨ କୋଟି ଟଙ୍କାର କାମ ଚାଲିଛି ବୋଲି ପାଣ୍ଡିଆନ କହିଥିଲେ।ସୁନ୍ଦରେଶ୍ୱର ମନ୍ଦିର, ମା’ ରାମଚଣ୍ଡୀ ମନ୍ଦିର ଓ ବଟେଶ୍ୱର ମହାଦେବ ମନ୍ଦିର ପାଇଁ ୫.୨୦ କୋଟି, କଂସାରି ଗଣ୍ଡ ବନ୍ଧ ପାହାଡ଼ ୧୫୦ କୋଟି, ଜଗନ୍ନାଥପୁର ଷ୍ଟେସନ ଓ ବ୍ରହ୍ମପୁର ମଧ୍ୟରେ ଆରଓବି ପାଇଁ ୧୦୦ କୋଟି ଟଙ୍କା ଦିଆଯାଇଛି। ଛତ୍ରପୁରରେ ହକି ତାଲିମ କେନ୍ଦ୍ର ପାଇଁ ୧୨ କୋଟି ଓବିଜୁ ପଟ୍ଟନାୟକ ସନ୍ତରଣ କେନ୍ଦ୍ର ପାଇଁ ୩.୫୦ ଟଙ୍କା ଦିଆଯାଇଛି । ଛତ୍ରପୁର, ଗଞ୍ଜାମ ଓ ରଙ୍ଗେଇଲୁଣ୍ଡା ଏହି ତିନୋଟି ବ୍ଲକରେ ପାଇପ ପାଣି ପାଇଁ ୩୬୦ କୋଟି ଟଙ୍କାର କାମ ଚାଲିଛି ବୋଲି ପାଣ୍ଡିଆନ କହିଥିଲେ।ଏହି ନିର୍ବାଚନ ସଭା ରେ ପ୍ରଥମେ ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାଷ ଚନ୍ଦ୍ର ବେହେରା ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଉପରେ କହିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରି ଭାରତ ଇତିହାସ ରେ ରେକର୍ଡ କରିବା ନିମନ୍ତେ ସମସ୍ତଙ୍କୁ ନିବେଦନ କରିଥିଲେ, ସମସ୍ତେ ଯୋଡି ଶଙ୍ଖ ରେ ଭୋଟ ଦେବା ନିମନ୍ତେ ବିଧାୟକ ପ୍ରାର୍ଥୀ ଶ୍ରୀ ବେହେରା ଅନୁରୋଧ କରିଥିଲେ, ସେହିପରି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୁଗୁ ବକ୍ସି ପାତ୍ର ନବୀନ ପଟ୍ଟନାୟକ ଙ୍କ ବିକାଶ ର ଗଥା କହିବା ସହିତ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଆହୁରୀ ଟାଣ କରିବା ନିମନ୍ତେ ସମସ୍ତଙ୍କୁ କହିଥିଲେ, ଜେଲ ରୁ ବେଲ ଆସିଥିବା ବ୍ୟକ୍ତି ଙ୍କୁ ପୁଣି ଜେଲ ପଠାଇବା ଉପରେ ମଧ୍ୟ କହିଥିଲେ, ସଭାରେ ହଜାର ହଜାର ସଂଖ୍ୟା ରେ ମହିଳା ମାନେ ଆସିଥିବା ରୁ ସେ ଖୁସି ଜାହିର କରିବା ସହିତ ଯୋଡି ଶଙ୍ଖ ରେ ଭୋଟ ଦେବା ନିମନ୍ତେ ଅନୁରୋଧ କରିଥିଲେ, ପ୍ରାରମ୍ଭରେ ବିଜେଡି ନେତା ଭି. କେ. ପାଣ୍ଡିଆନ ସଭା କୁ ଆସିଥିବା ସମସ୍ତ ମହିଳା ପୂରୁଷ ଙ୍କ ହାତ ମିସାଇ ଥିଲେ ଏବଂ ଫୋଟ ସେଲ୍ଫି ମଧ୍ୟ ନେଇଥିଲେ, ପାଖରେ ଭି. କେ ପାଣ୍ଡିଆନ ଙ୍କୁ ପାଇଁ ଛତ୍ରପୁର ର ବିଜେଡି ଦଳୀୟ ନେତା ଓ କର୍ମୀ ବେଶ ଉତ୍ସାହିତ ହେବା ସହିତ ଖୁସି ଜାହିର କରିଥିଲେ, ନବୀନ ପଟ୍ଟନାୟକ ଜିନ୍ଦାବାଦ…. ବିଜେଡି ଜିନ୍ଦାବାଦ ନାରାବାଜି ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ