ଭିକେ ପାଣ୍ଡିଆନଙ୍କ ବୁଗୁଡ଼ାରେ ନିର୍ବାଚନ ପ୍ରଚାର

ବୁଗୁଡା, ( ଅନିଲ କୁମାର ମହାରଣା ) : ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ଏନଏସି ମିନା ବଜାର ପଡ଼ିଆରେ ମଇ ୩ ତାରିଖ ଦିନ ବିଜେଡି ନେତା ତଥା ଫାଇଭି ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେଇ ବିଜୁ ଜନତା ଦଳର ଆସ୍କା ନିର୍ବାଚନ ମଣ୍ଡଳୀ ସାଂସଦ ପାର୍ଥିନୀ ଡକ୍ଟର ରଞ୍ଜିତା ସାହୁ ଓ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାନସଭା ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ମଞ୍ଚ ଉପରେ ପାଣ୍ଡିଆନଙ୍କ ସହ ଆସ୍କା ସାଂସଦ ପ୍ରାର୍ଥୀନୀ ଡକ୍ଟର ସାହୁ ଓ ପୋଲସରା ବିଧାୟକ ପ୍ରାର୍ଥୀ ସାହୁ ଉପସ୍ଥିତ ଥିଲେ। ପାଣ୍ଡିଆନ ଉପସ୍ଥିତ ଜନସାଧାରଣଙ୍କୁ ନବୀନ ବାବୁଙ୍କ ବିଭିନ୍ନ ଜନହିତକାରୀ ଯୋଜନା ଗୁଡିକ ବିଷୟ ନେଇ ପ୍ରଶ୍ନ କରୁଥିବା ବେଳେ ଜନସାଧାରଣ ନବୀନ ବାବୁ ବୋଲି ଉତ୍ତର ଦେଉଥିଲେ। ଏହା ଦ୍ୱାରା ପାଣ୍ଡିଆନ ନବୀନ ସରକାରଙ୍କ ସମସ୍ତ ଯୋଜନା ବିଷୟ ଗୁଡିକ ଜନସାଧାରଣଙ୍କ ନିକଟରେ ପହଞ୍ଚି ଥିବା ଜାଣିପାରି ଖୁସି ହୋଇଥିଲେ। ଉପସ୍ଥିତ ଥିବା ଜନସମୁଦ୍ର ମଧ୍ୟରୁ ଯୁବ ଗୋଷ୍ଠୀ ପାଣ୍ଡିଆନଙ୍କ ସହ ସେଲଫି ନେଉଥିବା ବେଳେ ମହିଳାମାନେ ହୁଳହୁଳି ଦେଇ ଫୁଲ ପକାଉଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ